ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ସିଟ୍‌କୁ ନେଇ ପାଟିତୁଣ୍ଡ ହେବାପରେ ମହିଳାଙ୍କୁ ବେଲ୍ଟ କାଢ଼ିଲେ ବ୍ୟକ୍ତି

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ସିଟ୍‌କୁ ନେଇ ପାଟିତୁଣ୍ଡ ହେବାପରେ ମହିଳାଙ୍କୁ ବେଲ୍ଟ କାଢ଼ିଲେ ବ୍ୟକ୍ତି
Samaya Live Desk Picture
Published On

ମୁମ୍ବାଇ : ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ସିଟ୍‌କୁ ନେଇ ପାଟିତୁଣ୍ଡ ହେବାପରେ ଜଣେ ମହିଳା ଯାତ୍ରୀଙ୍କୁ ବେଲ୍ଟରେ ପିଟିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ରେଳବାଇ ପୁଲିସ ଗିରଫ କରିଛି। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ଗୋରେଗାଓଁରୁ ସିଏମଏମ୍‌ଓି ଯାଉଥିବା ହାର୍ବର୍‌ ଲାଇନ୍‌ର ଏକ ଲୋକାଲ୍‌ ଟ୍ରେନ୍‌ରେ ଏହି ଘଟଣା ଘଟିଥିଲା। ପୁଲିସ ଅନୁସାରେ, ଅଭିଯୁକ୍ତ ୩୬ ବର୍ଷୀୟ ମହମ୍ମଦ ରିଜୱାନ ଅନସାରୀ ସିଟ୍‌କୁ ନେଇ ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ବିବାଦ ତୀବ୍ର ହୋଇଥିଲା ଏବଂ ଅନ୍‌ସାରୀ ମହିଳାଙ୍କୁ ହାତରେ ଓ ବେଲ୍ଟରେ ମାଡ଼ ମାରିବା ସହ ତାଙ୍କୁ ଖରାପ୍‌ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ‌ହୋଇଛି। ଜଣେ ସହଯାତ୍ରୀ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ। ପରେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ଭିଡିଓ ଆଧାରରେ ତଦନ୍ତ କରି ଅନ୍ଧେରୀ ସରକାରୀ ରେଳ ପୁଲିସ ଅନ୍‌ସାରୀଙ୍କୁ ଚିହ୍ନଟ କରିଥିଲା ଏବଂ ୱାଡାଲାରୁ ତାଙ୍କୁ ଗିରଫ କରିଥିଲା।

Tags: