ରୁଷ୍ ସେନାରେ କାମ କରୁଥିବା ୨୬ ଭାରତୀୟ ନିହତ, ୭ ନିଖୋଜ
ନୂଆଦିଲ୍ଲୀ: ରୁଷ୍ ସେନାରେ କାମ କରୁଥିବା ୨୬ ଭାରତୀୟ ନିହତ ହୋଇଛନ୍ତି ଏବଂ ୭ ଜଣ ନିଖୋଜ ଅଛନ୍ତି ବୋଲି ଗୁରୁବାର ସଂସଦରେ କେନ୍ଦ୍ର ସରକାର ତଥ୍ୟ ରଖିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏକ ପ୍ରଶ୍ନର ଲିଖିତ ଜବାବ ଦେଇଏହା ଜଣାଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ରୁଷ୍ -ୟୁକ୍ରେନ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖଲେ ଓ କଂଗ୍ରେସ ସାଂସଦ ରଣଦୀପ ସିଂହ ସୁର୍ଜେୱାଲାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉତ୍ତର ରଖିଛନ୍ତି। ବୁଧବାର ରୁଷ୍ ସେନାରେ କାମ କରୁଥିବା ଦୁଇ ଜଣ ଭାରତୀୟଙ୍କ ମୃତଦେହ ଆସିଥିଲା। ଏହି ଦୁଇ ଭାରତୀୟ ରାଜସ୍ଥାନ ଓ ଉତ୍ତରାଖଣ୍ଡର ବୋଲି ଜଣାପଡ଼ିଛି। ରୁଷ୍ ସେନାରେ ମୋଟ ୨୦୨ ଜଣ ଭାରତୀୟ କାମ କରୁଥିବା କୁହାଯାଇଛି।
Tags:




