ଅଗ୍ନିବୀର ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି
ନୂଆଦିଲ୍ଲୀ:ଜୁନ ୨୦: ଦେଶର ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଜାରି ରହିଛି । ଏଥିପାଇଁ ଆଜି ଅନେକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ମଧ୍ୟରେ ଭାରତୀୟ ସେନା ଜରୁରୀ ବିଜ୍ଞପ୍ତି ଜାରି କରିଛି । ନିଯୁକ୍ତି ପାଇଁ ଜାରି ଏହି ବିଜ୍ଞପ୍ତି ବା ନୋଟିଫିକେସନ ଅନୁସାରେ ଜୁଲାଇ ମାସରୁ ହିଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯିବ । ନୋଟିଫିକେସନରେ ଆହୁରି କୁହାଯାଇଛି ଯେ, ଅଷ୍ଟମ ଓ ଦଶମ ପାସ୍ ଯୁବକ ଆବେଦନ […]
ନୂଆଦିଲ୍ଲୀ:ଜୁନ ୨୦: ଦେଶର ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଜାରି ରହିଛି । ଏଥିପାଇଁ ଆଜି ଅନେକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ମଧ୍ୟରେ ଭାରତୀୟ ସେନା ଜରୁରୀ ବିଜ୍ଞପ୍ତି ଜାରି କରିଛି । ନିଯୁକ୍ତି ପାଇଁ ଜାରି ଏହି ବିଜ୍ଞପ୍ତି ବା ନୋଟିଫିକେସନ ଅନୁସାରେ ଜୁଲାଇ ମାସରୁ ହିଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯିବ । ନୋଟିଫିକେସନରେ ଆହୁରି କୁହାଯାଇଛି ଯେ, ଅଷ୍ଟମ ଓ ଦଶମ ପାସ୍ ଯୁବକ ଆବେଦନ କରିପାରିବେ । ତେବେ ଏହି ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ କୌଣସି ପ୍ରକାର ଗ୍ରାଚୁଇଟି କିମ୍ବା ପେନସନ୍ ମିଳିବ ନାହିଁ । ଭାରତୀୟ ସେନାରେ ଯିବେ ୨୫ ପ୍ରତିଶତ । ସର୍ଭିସରେ ୪ ବର୍ଷ ପୂରଣ ହେଲା ପରେ ପ୍ରତି ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯିବ । ଏହି ୨୫ ପ୍ରତିଶତ ଅଗ୍ନିବୀର ୨୫ ବର୍ଷ ଯାଏଁ ସେନାରେ ଚାକିରୀ କରିପାରିବେ । ଆହୁରି ମଧ୍ୟ କୁହାଯାଉଛି ଯେ, ଅଗ୍ନିବୀରଙ୍କୁ ବର୍ଷକୁ ମୋଟ୍ ୩୦ଟି ଛୁଟି ମିଳିବ । ପ୍ରଥମ ବର୍ଷ- ମାସିକ ୩୦ ହଜାର ଟଙ୍କା, ଦ୍ୱିତୀୟ ବର୍ଷ- ମାସିକ ୩୩ ହଜାର ଟଙ୍କା, ତୃତୀୟ ବର୍ଷ- ମାସିକ ୩୬, ୫୦୦ ଟଙ୍କା,ଚତୁର୍ଥ ବର୍ଷ-ମାସିକ ୪୦ ହଜାର ଟଙ୍କା ହିସାବରେ ଦରମା ଦିଆଯିବ ।




