ଅଯୋଧ୍ୟା ରାମ ମନ୍ଦିରର ୧୫ କିମି ମଧ୍ୟରେ ଆମିଷ ଖାଦ୍ୟ ଡେଲିଭରି ନିଷିଦ୍ଧ

ଅଯୋଧ୍ୟା ରାମ ମନ୍ଦିରର ୧୫ କିମି ମଧ୍ୟରେ ଆମିଷ ଖାଦ୍ୟ ଡେଲିଭରି ନିଷିଦ୍ଧ

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରର ୧୫ କିମି ପରିଧି ମଧ୍ୟରେ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ଉପରେ କଟକଣା ଲାଗିଛି। ଶୁକ୍ରବାର ଅଯୋଧ୍ୟା ପ୍ରଶାସନ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ଉପରେ କଟକଣା ଲଗାଇଛନ୍ତି। 'ପଞ୍ଚକୋଶୀ ପରିକ୍ରମା' ଅନ୍ତର୍ଗତ ଅଞ୍ଚଳରେ ଆମିଷ ସାମଗ୍ରୀ ଯୋଗାଣ କରୁଥିବା ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କେତେକ ହୋଟେଲ ହୋମ୍‌ଷ୍ଟେ ଅତିଥିମାନଙ୍କୁ ଆମିଷ ଖାଦ୍ୟ ସହିତ ମଦ ଯୋଗାଉଥିବା ଜାଣିବାକୁ ମିଳିଛି ବୋଲି ଅଯୋଧ୍ୟା ପ୍ରଶାସନ ଜଣାଇଛି। ଏପରି କାର୍ଯ୍ୟରୁ ଦୂରେଇ ରହିବାକୁ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି।  ଅଯୋଧ୍ୟା ଫୈଜାବାଦକୁ ଯୋଡ଼ୁଥିବା ୧୪ କିମିର ରାମ ପଥରେ ମଦ ମାଂସ ବିକ୍ରି କରିବା ଉପରେ ଅଯୋଧ୍ୟା ମ୍ୟୁନିସିପାଲ କର୍ପୋରେସନ ମଧ୍ୟ ଗତବର୍ଷ ମେମାସରେ କଟକଣା ଲଗାଇଥିଲେ। କିନ୍ତୁ ଗତ ମାସ ମଧ୍ୟରେ ମଦ ବିକ୍ରି ଉପରେ କଟକଣା ଲାଗୁ ହୋଇପାରିନାହିଁ। ସମ୍ପୃକ୍ତ ୧୪ କିମି ରାସ୍ତାରେ ଡଜନରୁ ଅଧିକ ଦୋକାନରେ ମଦ ବିକ୍ରି ଚାଲିଥିବା ସ୍ଥାନୀୟ ଲୋକ କହିଛନ୍ତି। ମ୍ୟୁନିସିପାଲ ଅଧିକାରୀ କହିଛନ୍ତି, ପୌର ପ୍ରଶାସନ ପକ୍ଷରୁ ରାମ ପଥରେ ମାଂସ ଦୋକାନ ବନ୍ଦ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ବିକ୍ରି ଉପରେ କଟକଣା ଆବଶ୍ୟକ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର ୨ କୋଟିରୁ ଅଧିକ ରାସନ କାର୍ଡଧାରୀଙ୍କ ପାଇଁ ଷ୍ଟାଲିନଙ୍କ ୩,୦୦୦ ଟଙ୍କାର ପୋଙ୍ଗଲ ଉପହାର

Tags: