୩ ଥର ହାରିଥିବା ପ୍ରାର୍ଥୀଙ୍କୁ ବିଧାନସଭା ଟିକେଟ୍‌ ମିଳିବ ନାହିଁ: ଟିଡିପି ଜାତୀୟ ସଚିବ

ଅମରାବତୀ: ମେ ୨୮: ଆସନ୍ତା ମାସ ୨୧ରେ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ତେଲଗୁ ଦେଶମ ପାର୍ଟି (ଟିଡିପି)ପ୍ରାର୍ଥୀ ଚୟନକୁ ନେଇ ଏକ ବଡ଼ ଘୋଷଣା କରଛିି । ଖବର ଅନୁସାରେ, ବିଗତ ନିର୍ବାଚନଗୁଡ଼ିକରେ ୩ ଥର ନିର୍ବାଚନ ହାରିଥିବା ପ୍ରାର୍ଥୀମାନଙ୍କୁ ଆଗାମୀ ରାଜ୍ୟ ବିଧାନସଭା ପାଇଁ ଟିକେଟ୍‌ ପ୍ରଦାନ କରାଯିବ ନାହିଁ । ଏନେଇ ଟିଡିପି ଜାତୀୟ ସାଧାରଣ ସଚିବ ନର ଲୋକେଶ କହିଛନ୍ତି ଯେ, ଦଳୀୟ ପଦବୀ […]

Samaya Live Picture
Published On

ଅମରାବତୀ: ମେ ୨୮: ଆସନ୍ତା ମାସ ୨୧ରେ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ତେଲଗୁ ଦେଶମ ପାର୍ଟି (ଟିଡିପି)ପ୍ରାର୍ଥୀ ଚୟନକୁ ନେଇ ଏକ ବଡ଼ ଘୋଷଣା କରଛିି । ଖବର ଅନୁସାରେ, ବିଗତ ନିର୍ବାଚନଗୁଡ଼ିକରେ ୩ ଥର ନିର୍ବାଚନ ହାରିଥିବା ପ୍ରାର୍ଥୀମାନଙ୍କୁ ଆଗାମୀ ରାଜ୍ୟ ବିଧାନସଭା ପାଇଁ ଟିକେଟ୍‌ ପ୍ରଦାନ କରାଯିବ ନାହିଁ ।

୩ ଥର ହାରିଥିବା ପ୍ରାର୍ଥୀଙ୍କୁ ବିଧାନସଭା ଟିକେଟ୍‌ ମିଳିବ ନାହିଁ: ଟିଡିପି ଜାତୀୟ ସଚିବ

ଏନେଇ ଟିଡିପି ଜାତୀୟ ସାଧାରଣ ସଚିବ ନର ଲୋକେଶ କହିଛନ୍ତି ଯେ, ଦଳୀୟ ପଦବୀ ଆବଣ୍ଟନ ବେଳେ ‘୨ଣ୍ଟ୧ ଉପାୟ’ ଅନୁସରଣ କରାଯିବ । ଏକାଦିକ୍ରମେ ଦୁଇ ବର୍ଷ ଧରି କୌଣସି ଦଳୀୟ ପଦବୀ ପାଇନଥିବା ବ୍ୟକ୍ତିଙ୍କୁ କୌଣସି ପଦବୀ ଦିଆଯିବ ନାହିଁ । କି;ୁ, ଏକା ପଦବୀରେ ସେ ତୃତୀୟ ବର୍ଷ ରହି ପାରିବେ ନାହିଁ । ଏହା ମୋ ନିଜ କ୍ଷେତ୍ରରେ ବି ପ୍ରଯୁଜ୍ୟ ।

ଏହାସହିତ ସେ ଆହୁରୀ ମଧ୍ୟ ସୂଚନା ଦେଇଛନ୍ତି ଯେ, ଟିଡିପି ଦଳ ଯୁବ ସମ୍ପ୍ରଦାୟଙ୍କୁ ୪୦% ଟିକିଟ୍‌ ଦେବ । ଦଳର ନେତୃତ୍ୱ ଯଦି ଆଦେଶ ଦିଏ ତେବେ, ସେ କୌଣସି ପଦଯାତ୍ରା କିମ୍ବା ଆନ୍ଦୋଳନର ନେତୃତ୍ୱ ନେବାକୁ ପ୍ରସ୍ତୁତ ।
ସୂଚନା ଥାଉଯେ, ନର ଲୋକେଶ ୨୦୧୩ରେ ଟିଡିପି ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ରଣନୀତି ଉପରେ କାର୍ଯ୍ୟ କରିଥିଲେ । ସେ ୨୦୧୯ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ମଙ୍ଗଳଗିରି ବିର୍ବାଚନମଣ୍ଡଳୀ ତରଫରୁ ଲଢ଼ିଥିଲେ ।