ବ୍ୟାଙ୍କ ଆକାଉଣ୍ଟ ଅଚଳ ବିରୋଧରେ ମମତାଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀର ଆବେଦନ

ବ୍ୟାଙ୍କ ଆକାଉଣ୍ଟ ଅଚଳ ବିରୋଧରେ ମମତାଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀର ଆବେଦନ
Samaya Live Desk Picture
Published On
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ବିରୋଧରେ ଦାୟର କରାଯାଇଥିବା ଏକ ଆବେଦନର ତୁରନ୍ତ ଶୁଣାଣି କରିବାକୁ ମଙ୍ଗଳବାର କୋଲକାତା ହାଇକୋର୍ଟ ମନା କରିଦେଇଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଅଭିଯୋଗ ପରେ ପାଣ୍ଠିର ଉତ୍ସ ତଦନ୍ତ ପାଇଁ କର୍ତ୍ତୃପକ୍ଷ ତିନୋଟି ଟିଏମସି ବ୍ୟାଙ୍କ ଆକାଉଣ୍ଟ ଉପରେ ଡେବିଟ୍ ଫ୍ରିଜ୍ ଲଗାଇଥିଲ ଅର୍ଥାତ୍‌ ଏହିସବୁ ଆକାଉଣ୍ଟ୍‌ରୁ କୌଣସି ଟଙ୍କା ଉଣେ ହୋଇପାରିବନାହିଁ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀର ଆବେଦନର ଶୁଣାଣିକୁ ପ୍ରାଧାନ୍ୟ ଦେବାକୁ ମନା କରି ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ତାଲିକାଭୁକ୍ତ କ୍ରମାନୁସାରେ ମାମଲା ଶୁଣାଣି ପାଇଁ ଆସିବ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଆଇନଜୀବୀ କିଶୋର ଦତ୍ତା କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ, ଦଳର ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଡେବିଟ୍ ଫ୍ରିଜ୍ କରାଯାଇଛି, ଏହି ଆକାଉଣ୍ଟଗୁଡ଼ିକରୁ ସମସ୍ତ ବାହ୍ୟ କାରବାରକୁ ଅବରୋଧ କରାଯାଇଛି, ଏବଂ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ସେ ଅନୁରୋଧ କରିଥିଲେ। ତେବେ କୋର୍ଟ ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କରିଛନ୍ତି।
 
Tags: