ଜୟଲଳିତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର କରିନି: ଶଶିକଳା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି । ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା । ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି । ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର […]

Samaya Live Picture
Published On

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି । ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା । ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି । ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ ।

୨୦୧୬ ସେପେଫମ୍ବର ୨୨ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କୁ ଭର୍ତ୍ତି କରାଯାଇଥିଲା । ୭୫ ଦିନର ଚିକିତ୍ସା ପରେ ଡିସେମ୍ବର ୫ରେ ତାଙ୍କର ବିୟୋଗ ହୋଇଥିଲା । ଏହି ୭୫ ଦିନ ଭିତରେ ଜୟଲଳିତାଙ୍କ ସଂପର୍କରେ କୌଣସି ତଥ୍ୟ ବାହାରକୁ ଆସୁନଥିଲା । ଜୟଲଳିତାଙ୍କ ମୃତ୍ୟୁ ଉପରେ ତଦନ୍ତ ପାଇଁ ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ ଗଠନ ହୋଇଥିଲା । ମୃତ୍ୟୁର କାରଣ ସଂପର୍କରେ ଜାଣିବା ପାଇଁ ଗଠନ ହୋଇଥିବା ଜଷ୍ଟିସ ଏ. ଆରମୁଗାସ୍ୱାମୀ ତଦନ୍ତ କମିସନ ରିପୋର୍ଟରେ ଶଶିକଳାଙ୍କୁ ଦାୟୀ କରାଯାଇଛି । ଏଥିସହିତ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମ ମୋହନ ରାଓ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ପାଇଁ କମିସନ ସୁପାରିସ କରିଛନ୍ତି । ଆପୋଲୋ ହସ୍ପିଟାଲ ଅନୁଯାୟୀ, ଜୟଲଳିତାଙ୍କ ମୃତ୍ୟୁ ୨୦୧୬ ଡିସେମ୍ବର ୫ ତାରିଖ ରାତି ୧୧ଟା ୩୦ରେ ହୋଇଥିଲା ।

କି;ୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଡିସେମ୍ବର ୪ ତାରିଖ ଅପରାହ@ ୩ଟାରୁ ୩ଟା ୫୦ ମଧ୍ୟରେ ଜଳଲଳିତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ମୃତ୍ୟୁ ଘୋଷଣା ବିଳମ୍ବ କରାଯାଇଥିଲା । ମୃତ୍ୟୁ ସମୟକୁ ଏପଟସେପଟ କରିବା ପାଇଁ ଷ୍ଟର୍ଣ୍ଣୋଟୋମୀ ଓ ସିପିଆର୍‌ ଆଦି କରାଯାଇଥିଲା । ଉକ୍ତ ରିପୋର୍ଟକୁ କମିସନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଗତ ଅଗଷ୍ଟରେ ହସ୍ତାନ୍ତର କରିଥିଲେ । ଜଳଲଳିତାଙ୍କ ମୃତ୍ୟୁପରେ ତତ୍କାଳୀନ ଏଆଇଡିଏମ୍‌କେ ସରକାରଙ୍କ ଦ୍ୱାରା ଏହି କମିସନ ଗଠନ କରାଯାଇଥିଲା ।