ଏପ୍ରିଲ ୧୦ରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ନୀତୀଶ
ପାଟନା: ବିହାର ରାଜନୀତିରେ ଏକ ଯୁଗର ଅନ୍ତ ଘଟିବାକୁ ଯାଉଛି। ସବୁଠୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ଥିବା ତଥା ଜନତା ଦଳ (ୟୁନାଇଟେଡ)ର ଅଧ୍ୟକ୍ଷ ନୀତୀଶ କୁମାର ଆସନ୍ତା ଏପ୍ରିଲ ୧୦ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିବେ ବୋଲି ବିହାର ବିଜେପି ନେତା ସଞ୍ଜୟ ସରାବଗି ରବିବାର ସୂଚନା ଦେଇଛନ୍ତି। ନୀତୀଶ କୁମାର ଏପ୍ରିଲ ୧୦ ତାରିଖରେ ଔପଚାରିକ ଭାବେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ। ଏହାପୂର୍ବରୁ ବୁଧବାର ( ୮ ଏପ୍ରିଲ)ରେ ନୀତୀଶଙ୍କ ଅଧ୍ୟକ୍ଷତାରେ ବିହାର ସରକାରଙ୍କ କ୍ୟାବିନେଟର ଶେଷ ବୈଠକ ମଧ୍ୟ ହୋଇପାରେ। ଏହି ଦିନ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ୭୫ ବର୍ଷୀୟ ନୀତୀଶ ଗତମାସ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିହାର ବିଧାନ ପରିଷଦ (ଏମଏଲସି) ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ।
Tags:



