ନୀତୀଶ କୁମାରଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚା

ନୀତୀଶ କୁମାରଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚା
Samaya Live Desk Picture
Published On

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନୀତୀଶ ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳାଙ୍କ ମୁହଁରୁ ହିଜାବ ହଟେଇବାକୁ ଚେଷ୍ଟା କରି ସମାଲୋଚିତ ହୋଇଛନ୍ତି। ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ସୋମବାର ପାଟନାରେ ୭୪ ବର୍ଷୀୟ ନୀତୀଶ ଜଣେ ଆୟୁଷ ଡାକ୍ତରଙ୍କୁ ମାନପତ୍ର ପ୍ରଦାନ କରିବା ସମୟରେ ନୀତୀଶ ତାଙ୍କ ହିଜାବ ହଟେଇବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ମହିଳା ଜଣକ କୌଣସି ପ୍ରତିକ୍ରିୟା ରଖିବା ପୂର୍ବରୁ ନୀତୀଶ ମହିଳାଙ୍କ ହିଜାବ ଟାଣି ଦେଇଥିଲେ। ନୀତୀଶଙ୍କ ପଛରେ ଥିବା କିଛି ଲୋକ ହସି ଉଠିଥିବାବେଳେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନୀତୀଶଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏପରି ସ୍ଥଳେ ନୀତୀଶଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଂଗ୍ରେସ ଓ ଆର୍‌ଜେଡି ସମାଲୋଚନା କରିଛନ୍ତି। ଆର୍‌ଜେଡିର ପ୍ରବକ୍ତା ଇଜାଜ ଅହମଦ କହିଛନ୍ତି, ନୀତୀଶଙ୍କ ଏପରି କାର୍ଯ୍ୟ ଜେଡିୟୁ-ବିଜେପି ମେଣ୍ଟର ମହିଳାଙ୍କ ପ୍ରତି ଅଭିମୁଖ୍ୟକୁ ସ୍ପଷ୍ଟ କରୁଛି। କଂଗ୍ରେସ ନୀତୀଶଙ୍କ କାର୍ଯ୍ୟକୁ ଲଜ୍ଜାଜନକ ବୋଲି କହିବା ସହ ତାଙ୍କ ଇସ୍ତଫା ଦାବି କରିଛି।

Tags: