ନିତିନ ନବୀନ ମୋ BOSS - ମୋଦି

ନିତିନ ନବୀନ ମୋ BOSS  - ମୋଦି
Samaya Live News Picture
Published On

ନୂଆଦିଲ୍ଲୀ : ବିଜେପିରେ ଆରମ୍ଭ ହେଲା ନବୀନ ଯୁଗ । ଆଜି ବିଧିବଦ୍ଧ ଭାବରେ ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତିନ ନବୀନ । କାର୍ଯ୍ୟକାରୀ ସଭାପତିରୁ ସେ ପୂର୍ଣ୍ଣକାଳୀନ ସଭାପତି ହୋଇଛନ୍ତି । ଆଜି ନୂଆଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ସେଲେବ୍ରେସନ ଚାଲିଛି । ଗତକାଲି ନିର୍ବାଚନ ରେ ବିଜୟ ପରେ ଆଜି ନୀତିନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦଳୀୟ ବ୍ୟାପାରରେ ନୀତିନ ମୋ BOSS ।  ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ର ସଦସ୍ୟ ହୋଇଥିବାରୁ ମୁଁ ଗର୍ବିତ । ଆମର ପଦ ବଦଳେ କିନ୍ତୁ ନୀତି ବଦଳେ ନାହିଁ ।

ସ୍ୱାଗତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପି ଶାସିତ ରାଜ୍ୟର ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମାନେ ଉପସ୍ଥିତ ରହି ନୂଆ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନୀତିନ ନବୀନଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜେଡ୍‌ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି ।

ସୋମବାର ବିଜେପିର ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନୀତିନ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଦାଖଲ ବେଳେ ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ହେଭିଓ୍ୱେଟ୍ ନେତା ଉପସ୍ଥିତ ଥିଲେ । ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ପ୍ରସ୍ତାବକ ହୋଇଥିଲେ ଏବଂ ଅନ୍ୟ କୌଣସି ନାମାଙ୍କନପତ୍ର ଦାଖଲ ନହେବାରୁ, ସନ୍ଧ୍ୟାରେ ତାଙ୍କୁ ନିର୍ବିରୋଧୀ ଭାବରେ ସଭାପତି ଘୋଷଣା କରାଯାଇଥିଲା। 

ନୀତିନ ନବୀନଙ୍କୁ ବିଜେପିର ଜାତୀୟ ସଭାପତି କରିବା ପାଇଁ ୩୭ଟି ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ୪୫ ବର୍ଷ ବୟସରେ, ନବୀନ ବିଜେପିର ଦ୍ୱାଦଶ ସଭାପତି ଏବଂ ଦଳର ଇତିହାସରେ ସବୁଠାରୁ କମ୍ ବୟସ୍କ, ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପାଇଁ ହେବ। ନୂଆ ଦାୟିତ୍ୱ ଗ୍ରହଣ ପରେ ଆଗକୁ ଦଳକୁ ନୀତିନ ଆହୁରି ମଜବୁତ କରିବେ ବୋଲି କର୍ମୀମାନେ ଆଶା କରୁଛନ୍ତି । ସେ ୨୦୦୬ରେ ପ୍ରଥମେ ବିହାରର ପାଟନା ଓ୍ୱେଷ୍ଟରୁ ସେ ବିଧାୟକ ଭାବେ ଜିତିଥିଲେ । ଏହାପରେ ବାଙ୍କୀପୁରରୁ୪ଥର ସେ ନିର୍ବାଚିତ ହୋଇଛନ୍ତି । ବିହାର ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।

 

 

Tags: