ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଶ୍ରୀଯୁକ୍ତ ବେରି

ନୂଆଦିଲ୍ଲୀ: ଅପ୍ରେଲ ୨୩: ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ. ବେରିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଆସନ୍ତା ମେ ମାସ ପହିଲାରୁ ବେରି ଦାୟିତ୍ୱ ଗ୍ରହଣ କରିବେ ।ପୂର୍ବରୁ ବେରି ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ସଂସ୍ଥାରେ ନିର୍ଦ୍ଦେଶକ ଭାବେ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦରେ ସଦସ୍ୟ ଥିଲେ […]

Samaya Live Picture
Published On

ନୂଆଦିଲ୍ଲୀ: ଅପ୍ରେଲ ୨୩: ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ. ବେରିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଆସନ୍ତା ମେ ମାସ ପହିଲାରୁ ବେରି ଦାୟିତ୍ୱ ଗ୍ରହଣ କରିବେ ।ପୂର୍ବରୁ ବେରି ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ସଂସ୍ଥାରେ ନିର୍ଦ୍ଦେଶକ ଭାବେ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦରେ ସଦସ୍ୟ ଥିଲେ ସୁମନ ବେରି । ଏହାସହ ଷ୍ଟାଟିଷ୍ଟିକାଲ କମିଶନ ଏବଂ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବୈଷୟିକ ପରାମର୍ଶଦାତା ମଧ୍ୟ ଥିଲେ ସୁମନ କେ. ବେରି ।