ସୀମାପାର ଅସ୍ତ୍ର ଚୋରାଚାଲାଣ ମାମଲାରେ ୪ ରାଜ୍ୟର ୧୨ ସ୍ଥାନରେ ଏନଆଇଏ ଚଢ଼ଉ
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶୁକ୍ରବାର ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ମହାରାଷ୍ଟ୍ରର ୧୨ଟି ସ୍ଥାନରେ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମାମଲାରେ ବ୍ୟାପକ ସର୍ଚ୍ଚ ଅପରେସନ କରିଛି। ସନ୍ଦିଗ୍ଧଙ୍କ ବିରୋଧରେ ମିଳିଥିବା ତଥ୍ୟ ଆଧାରରେ ଏହି ମାମଲା ସହ ଜଡିତ ଉତ୍ତରପ୍ରଦେଶର ୫ଟି, ମହାରାଷ୍ଟ୍ରର ତିନିଟି ଏବଂ ବିହାର ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ସ୍ଥାନରେ ଚଢ଼ାଉ କରାଯାଉଛି। ଶୁକ୍ରବାର ସକାଳେ ଏହି ଚଢ଼ଉ ଆରମ୍ଭ ହୋଇଥିଲା। ପାକିସ୍ତାନୀ ସଞ୍ଚାଳକ ଜସବୀର ଚୌଧୁରୀର ସ୍ଥାନୀୟ ସମର୍ଥକ ଭାବେ କାର୍ଯ୍ୟ କରଥିବା ଲୋକଙ୍କ ସହ ଜଡ଼ିତ ସ୍ଥାନରେ ଚଢ଼ଉ ହୋଇଥିଲା। ଜସବୀର ତା ଭାରତୀୟ ସହଯୋଗୀ ସହ ପଞ୍ଜାବ, ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା।
Tags:



