ଆଜି ମଧ୍ୟ ଜାପାନବାସୀଙ୍କ ମନରେ ନେତାଜୀଙ୍କ ବୀରତ୍ୱ ଉଦ୍ଜୀବିତ
ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଚିରସ୍ମରଣୀୟ । ସ୍ୱାଧୀନତାର ନାୟକ ଭାବେ ସେ ସମଗ୍ର ଦେଶରେ ପରିଚିତ । ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କର ବୀରତ୍ୱ ଏବଂ ଭାରତର ସ୍ୱାଧୀନତା ପାଇଁ ତାଙ୍କ ଅବଦାନ ଉଦ୍ଜୀବିତ କରେ । କେବଳ ଭାରତ ନୁହେଁ , ତାଙ୍କ ବୀରତ୍ୱକୁ ଦେଖି ବିଶ୍ୱର ସମସ୍ତ ଦେଶ ଆଚମ୍ବିତ ହୋଇଯାଉଥିଲା । ବହୁ ଦେଶର ଇତିହାସରେ ତାଙ୍କ ସାହସିକତା ଓ ନିର୍ଭିକତାର କାହାଣୀ ଲିପିବଦ୍ଧ ରହିଛି […]
ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଚିରସ୍ମରଣୀୟ । ସ୍ୱାଧୀନତାର ନାୟକ ଭାବେ ସେ ସମଗ୍ର ଦେଶରେ ପରିଚିତ । ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କର ବୀରତ୍ୱ ଏବଂ ଭାରତର ସ୍ୱାଧୀନତା ପାଇଁ ତାଙ୍କ ଅବଦାନ ଉଦ୍ଜୀବିତ କରେ । କେବଳ ଭାରତ ନୁହେଁ , ତାଙ୍କ ବୀରତ୍ୱକୁ ଦେଖି ବିଶ୍ୱର ସମସ୍ତ ଦେଶ ଆଚମ୍ବିତ ହୋଇଯାଉଥିଲା ।

ବହୁ ଦେଶର ଇତିହାସରେ ତାଙ୍କ ସାହସିକତା ଓ ନିର୍ଭିକତାର କାହାଣୀ ଲିପିବଦ୍ଧ ରହିଛି । ସେହି ଦେଶ ମଧ୍ୟରୁ ଜାପାନ ଅନ୍ୟତମ । ଜାପାନ କେବଳ ଇତିହାସରେ ନେତାଜୀଙ୍କ କାହାଣୀକୁ ସାଇତି ରଖିନାହିଁ ବରଂ ତାକୁ ରୂପ ଦେବା ପାଇଁ ଏକ ମନ୍ଦିର ନିର୍ମାଣ କରିଛି ।
ଜାପାନର ରାଜଧାନୀ ଟୋକିଓର ୱାଡା ଜିଲ୍ଲାରେ ସୁଗିନାମି ନାମକ ଏକ ସ୍ଥାନ ରହିଛି । ସେଠାରେ ‘ରେନକୋ-ଜି’ ନାମକ ଏକ ମନ୍ଦିର ରହିଛି । ଛୁଟିଦିନମାନଙ୍କରେ ମନ୍ଦିରରେ ସର୍ବଦା ଭିଡ଼ ଦେଖିବାକୁ ମିଳେ । କୁହାଯାଏ ଯେ, ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭସ୍ମ ରହିଛି ।

ପ୍ରତ୍ୟେକ ବର୍ଷ ନେତାଜୀଙ୍କ ଜୟନ୍ତୀ ଅବସରରେ ସେଠାରେ ଏକ ଉତ୍ସବର ପରିବେଶ ସୃଷ୍ଟି ହୁଏ । ଏହି ମନ୍ଦିର ୧୫୯୪ ମସିହାରେ ପ୍ରତିଷ୍ଠିତ ହୋଇଥିବା କଥା ଇତିହାସରେ ରହିଛି । ଉକ୍ତ ମନ୍ଦିରଟି ବୌଦ୍ଧ ଧର୍ମର ଭକ୍ତ ଅନୁଗାମୀମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ । ତେବେ ନେତାଜୀଙ୍କ ବୀରତ୍ୱକୁ ସମ୍ମାନ ଜଣାଇବା ପାଇଁ ୧୯୪୫ ସେପ୍ଟେମ୍ବରରେ ଉକ୍ତ ମନ୍ଦିରରେ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା ।
୧୯୪୩ରେ ଟୋକିଓରେ ପହଞ୍ଚିଲା
ଜାପାନ ଟାଇମ୍ସରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ନେତାଜୀ ବ୍ରିଟିଶ ଶାସନ ବିରୁଦ୍ଧରେ ତାଙ୍କ ଜୀବନସାରା ଲଢ଼ିଥିଲେ । ଓଡ଼ିଶାର ଏକ ଖ୍ୟାତି ସମ୍ପନ୍ନ ପରିବାରରେ ଜନ୍ମଗ୍ରହଣ କରିଥିବା ନେତାଜୀ ଉଚ୍ଚଶିକ୍ଷା ଲାଭ କରିଥିଲେ । ପରେ, ଆରାମଦାୟକ ଜୀବନଯାପନ କରିବା ପରିବର୍ତ୍ତେ, ନେତାଜୀ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରିଥିଲେ । ନେତାଜୀ ଜୁନ୍ ୧୯୪୩ ରେ ଟୋକିଓରେ ପହଞ୍ଚିଥିଲେ । ଏଠାରେ ସେ ତତ୍କାଳୀନ ଜାପାନର ପ୍ରଧାନମନ୍ତ୍ରୀ ତୋଜୋଙ୍କ ସହ ଏକ ବୈଠକ କରିଥିଲେ ।

ବ୍ରିଟିଶ କବଳରୁ ଭାରତକୁ ସ୍ୱାଧୀନ ଦେବା ସକାଶେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇବେ ବୋଲି ତୋଜୋ ପ୍ରତିଶ୍ରୁତି ଦେଇଥିଲେ ।
ଜାପାନରୁ ଅଭିଯାନ ଆରମ୍ଭ ହୋଇଥିଲା
ଅକେଫାବର ୧୯୪୩ ରେ, ନେତାଜୀ ଜାପାନରେ ଥାଇ ଭାରତର ସ୍ୱାଧୀନତାର ବିଗୁଳ ବଜାଇଥିଲେ । ତାଙ୍କର ସାହସ ଓ ବୀରତ୍ୱକୁ ଦେଖି ବି୍ରଟିଶମାନେ ଭୟରେ କମ୍ପି ଯାଇଥିଲେ । ୧୯୪୪ ମସିହାରେ, ବ୍ରିଟିଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଜାପାନର ସୈନିକମାନଙ୍କ ସହିତ ‘ଇଣ୍ଡିଆନ୍ ନେସନ୍ ଆର୍ମି’ ସୈନ୍ୟମାନଙ୍କୁ ମିଶାଇ ଭାରତ ପଠାଇଲେ ।

ଆଜି ମଧ୍ୟ ଜାପାନର ଲୋକଙ୍କ ପାଇଁ ନେତାଜୀ ଏକ ମହାନ ବ୍ୟକ୍ତିତ୍ୱ । ନିଜର ଦେଶକୁ ସ୍ୱାଧୀନ ଦେବା ପାଇଁ ବିଦେଶରେ ଥାଇ ନେତାଜୀ ଯେଉଁଭଳି ରଣନୀତି ରଚିଥିଲେ , ତାହାକୁ ଜାପାନବାସୀ ଇତିହାସରୁ ପଢ଼ି ଆଜି ମଧ୍ୟ ପ୍ରେରିତ ହୋଇଥାନ୍ତି ।




