ଟେଲିଗ୍ରାମ ଉପରେ କଟକଣା ଜାରି ରହିବ : କୋର୍ଟ

୫ କୋଟି ୟୁଜର୍ସଙ୍କୁ ଝଟ୍‌କା

ଟେଲିଗ୍ରାମ ଉପରେ କଟକଣା ଜାରି ରହିବ : କୋର୍ଟ
Samaya Live Desk Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୨ ଜୁନ୍‌ ପର୍ଯ୍ୟନ୍ତ ଟେଲିଗ୍ରାମ ଆପ୍‌ ଉପରେ ଲାଗିଥିବା ନିଶିଦ୍ଧାଦେଶକୁ ହଟେଇବାକୁ ମନା କରିଦେଇଛନ୍ତି ଏବଂ ଏନେଇ ଟେଲିଗ୍ରାମ ଦ୍ବାରା ରୁଜୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଶୁକ୍ରବାର ଏହି ମାମଲାରେ ଶୁଣାଣି କରି କୋର୍ଟ ସରକାରଙ୍କ ପଦକ୍ଷେପକୁ ସଠିକ୍‌ ବୋଲି କହିଛନ୍ତି। ଜଷ୍ଟିସ ତେଜସ୍‌ କାରିଆ ଆଇଟି ଆଇନର ସେକ୍ସନ ୬୯ଏ ଅନୁଯାୟୀ ଜାରି ହୋଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ୨୨ ଜୁନ୍‌ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ଲକ୍‌ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଟେଲିଗ୍ରାମ୍‌ ଆପ୍‌ରେ ଭାରତରେ ପାଖାପାଖି ୧୫ କୋଟି ୟୁଜର୍ସ ଅଛନ୍ତି, ଯେଉଁମାନେ ପରସ୍ପରକୁ ଏହା ଜରିଆରେ ସମ୍ବାଦ, ଭିଡିଓ, ଟେକ୍ସଟ ଆଦାନ ପ୍ରଦାନ କରିଥାନ୍ତି। କୋର୍ଟଙ୍କ ଏହି ରାୟ ୟୁଜର୍ସଙ୍କ ପାଇଁ ଏକ ଝଟ୍‌କା। ଏହାପୂର୍ବରୁ ଜଷ୍ଟିସ କରିୟାଙ୍କ ଅବକାଶକାଳୀନ ଖଣ୍ଡପୀଠ ଦିନକ ପୂର୍ବରୁ ପ୍ରଶ୍ନ ଉଠାଇ କହିଥିଲେ ଯେ, କେବଳ ମାତ୍ର କିଛି ୟୁଜର୍ସ ପରୀକ୍ଷା ଦେଉଛନ୍ତି ବୋଲି ମେସେଜିଂ ଆପ୍‌ର ୧୫ କୋଟି ବ୍ୟବହାରକାରୀଙ୍କ ଅଧିକାରକୁ କିପରି ସୀମିତ କରାଯାଇପାରିବ। ନିଟ୍‌ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ଆପ୍‌ର ଅପବ୍ୟବହାର ଆଶଙ୍କା କରି କେନ୍ଦ୍ର ସରକାର ଏହି ଆପ୍‌ ବ୍ୟବହାର ଉପରେ କିଛି ଦିନ ପାଇଁ ନିଷିଦ୍ଧାଦେଶ ଲଗାଇଥିଲେ।

Tags: