ଜୁନ ୨୧ରେ ନିଟ୍ ୟୁଜି ପରୀକ୍ଷା - କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଜୁନ ୨୧ରେ ନିଟ୍ ୟୁଜି ପରୀକ୍ଷା - କେନ୍ଦ୍ର ଶିକ୍ଷାମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ସୂଚନା । ଜୁନ ୨୧ରେ ସାନି  ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ନିଟ୍ ପେପର ଲିକ୍ ଘଟଣା ସାମନାକୁ ଆସିବା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ପରୀକ୍ଷାକୁ ରଦ୍ଦ କରିଥିଲ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ୍ କରି ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ସେ କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ। ପିଲାଙ୍କ ଭବିଷ୍ୟତ ନେଇ ଆମେ ଚିନ୍ତିତ। ଅଯୋଗ୍ୟ ପାସ୍ କରନ୍ତୁ ଆମେ ଚାହୁଁନାହୁଁ।

ଗତ ୩ ତାରିଖରେ ହୋଇଥିଲା NEET-UG ପରୀକ୍ଷା। ଦେଶରେ ମୋଟ ୨୨ ଲକ୍ଷ ୮୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ରାଜସ୍ଥାନରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରମାଣ ମିଳିବା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା।

ସେପଟେ,  ପ୍ରଶ୍ନପତ୍ର ଲିକ୍ ମାମଲାର ସିବିଆଇ ତଦନ୍ତଜ୍ରି ରହିଛି । ଏହି ମାମଲାରେ  NEET-UG 2026 ପେପର୍ ଲିକ୍ ମାମଲାରେ ସିବିଆଇ ଏହାର ତଦନ୍ତକୁ ଯଥେଷ୍ଟ ତୀବ୍ର କରିଛି। ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ଏବେ ପେପର୍ ଲିକ୍‌ରେ କୌଣସି ଭିତରର ଲୋକ ସାମିଲ ଥିଲେ କି ନାହିଁ ତାହା ଉପରେ ଜାରି ରହିଛି। ଏହି ମାମଲା ରେ ପୁଣେରୁ ଜଣେ ସନ୍ଦିଗ୍ଧ ମହିଳାଙ୍କ ସହ ମହାରାଷ୍ଟ୍ରର ଲାତୁରରେ ଜଣେ ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରଫେସରଙ୍କୁ ଅଟକ ରଖାଯାଇଛି । 

 

Tags: