ଇରାନରେ ନୂତନ ନେତୃତ୍ୱର ସମୟ ଆସିଛି : ଟ୍ରମ୍ପ

ଇରାନରେ ନୂତନ ନେତୃତ୍ୱର ସମୟ ଆସିଛି : ଟ୍ରମ୍ପ
Samaya Live Desk Picture
Published On

ୱାସିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଏବେ ଏକ ନୂଆ ସ୍ତରରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ୩୭ ବର୍ଷର ଶାସନକୁ ତୀବ୍ର ସମାଲୋଚନା କରିବା ସହ ଇରାନରେ  ନୂତନ ନେତୃତ୍ୱ ପାଇଁ ଦାବି କରିଛନ୍ତି। ଇରାନର ଜନସାଧାରଣ ଏକ ଉତ୍ତମ ଶାସନ ପାଇବାକୁ ଯୋଗ୍ୟ ଏବଂ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏହି କଠୋରପନ୍ଥୀ ଶାସନର ପରିସମାପ୍ତି ହେବା ଉଚିତ ବୋଲି ସେ କହିଛନ୍ତି। ଟ୍ରମ୍ପଙ୍କ ବୟାନକୁ ନେଇ ଇରାନ ସରକାର ଓ ଧାର୍ମିକ ନେତାମାନେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଏଭଳି ସ୍ଥିତି ଯୋଗୁଁ ଇରାନକୁ ନେଇ ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା ଦେଖାଦେଇଛି। ଇରାନରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେଇ ଟ୍ରମ୍ପ କହିଛନ୍ତି ଯେ ଇରାନର ଶାସକମାନେ ଦେଶର ସମ୍ପତ୍ତିକୁ ଜନକଲ୍ୟାଣ ପରିବର୍ତ୍ତେ ବିଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରୁଛନ୍ତି। ସେ କହିଛନ୍ତି, ‘ଇରାନର ସାହସୀ ଜନତା ଏବେ ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ସେମାନଙ୍କ ସହିତ ଅଛି। ଖେମିନିଙ୍କ କ୍ରୂର ଶାସନ ଏବେ ଶେଷ ହେବା ଆବଶ୍ୟକ।’ ଆମେରିକାର ଏହି ଆଭିମୁଖ୍ୟ ଇରାନରେ ସାମ୍ବିଧାନିକ ପରିବର୍ତ୍ତନ ଆଣିବା ପାଇଁ ଏକ ବଡ଼ ସଙ୍କେତ ବୋଲି କୁହାଯାଉଥିବା ବେଳେ ଏହି ବୟାନବାଜି ଯୋଗୁଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି।

Tags: