ପୁଣି ଶରଦଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା
ମୁମ୍ବାଇ: କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଭେମ୍ବର ୨ରେ ଡିସ୍ଚାର୍ଜ କରାଯାଇଥିଲା । ଏନେଇ ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ତେବେ ଆସନ୍ତା ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି । ସେଥିରେ ପାୱାର ଯୋଗ […]
ମୁମ୍ବାଇ: କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଭେମ୍ବର ୨ରେ ଡିସ୍ଚାର୍ଜ କରାଯାଇଥିଲା । ଏନେଇ ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି ।
ତେବେ ଆସନ୍ତା ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି । ସେଥିରେ ପାୱାର ଯୋଗ ଦେବେ ବୋଲି କୁହାଯାଇଛି । ସେହିପରି କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଶରଦ ପାୱାର ସାମିଲ ହେବା କୁହାଯାଉଛି ।
କଂଗ୍ରେସର ଭାରତ ଯୋଡୋ ପଦଯାତ୍ରାରେ ଏପର୍ଯ୍ୟନ୍ତ ବହୁ ବରିଷ୍ଠ କଂଗ୍ରେସ ନେତା ମାନେ ସାମିଲ ହୋଇସାରିଛନ୍ତି । କୁହାଯାଉଛି ଯେ, ଏହି ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବା ସମୟରେ ଅନେକ ବିରୋଧୀ ନେତା ଏଥିରେ ଯୋଗ ଦେଇପାରନ୍ତି ।




