ସୁପ୍ରିମକୋର୍ଟଙ୍କ ଆପତ୍ତି ପରେ କ୍ଷମା ପ୍ରାର୍ଥନା କଲା NCERT

ସୁପ୍ରିମକୋର୍ଟଙ୍କ ଆପତ୍ତି ପରେ କ୍ଷମା ପ୍ରାର୍ଥନା କଲା NCERT

ଭୁବନେଶ୍ବର: କ୍ଷମା ପ୍ରାର୍ଥନା କଲା NCERT । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT। ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ NCERT ନିର୍ଦ୍ଦେଶକ ଓ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। The role of judiciary in our society ଶୀର୍ଷକ ଚାପ୍ଟର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ବହି ଫେରାଇ ନିଆଯାଇଛି ଏବଂ ବଜାରରେ ଉପଲବ୍ଧ ନାହିଁ ବୋଲି NCERT ପକ୍ଷରୁ ଏକ ବିବୃତି ଜାରି କରାଯାଇଛି  ।

ସମ୍ବନ୍ଧିତ ଖବର ଶ୍ରୀଲଙ୍କା ନିକଟରେ ଇରାନ ଯୁଦ୍ଧଜାହାଜ ଉପରେ ଆମେରିକାର ଆକ୍ରମଣ, ୮୭ ଜଣଙ୍କ ମୃତ୍ୟୁ

ଅଷ୍ଟମ ଶ୍ରେଣୀର ନୂଆ NCERT ସାମାଜିକ ବିଜ୍ଞାନ ବହିରେ ପ୍ରକାଶ ପାଇଥିବା ଏହି ବିଷୟକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏନସିଇଆରଟି ଏକ୍ସ ରେ ଟ୍ୱିଟ୍ କରିଛି ଯେ ଏହା ସମ୍ପ୍ରତି ଏକ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ, “The Discovery of Society: India and Beyond” ଶ୍ରେଣୀ 8 (ଭାଗ II) ପ୍ରକାଶ କରିଥିଲା। ଏଥିରେ “The Role of the Judiciary in Our Society” ଶୀର୍ଷକ ଅଧ୍ୟାୟ IV ଅନ୍ତର୍ଭୁକ୍ତ ଥିଲା। ଏହାକୁ ନେଇ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାକୁ ନେଇ ଶିକ୍ଷା ବିଭାଗ ସଚିବ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏଥିପାଇଁ କିଏ ଉତ୍ତରଦାୟୀ ବୋଲି ଜଣାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର କରୁର ଦଳାଚକଟା ମାମଲା

Tags: