୯୦ ଟଙ୍କା ମଜୁରୀରେ କିରାଣି କାମ କରିବେ ସିଦ୍ଧୁ
ପଟିଆଲା: ମେ ୨୬: ୧୯୮୮ ମସିହାରେ ଘଟିଥିବା ‘ରୋଡ୍ ରେଜ୍’ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଏବେ ୯୦ ଟଙ୍କା ମଜୁରୀରେ କିରାଣି ଭାବେ ଜେଲ୍ରେ ଖଟିବେ । ସେ ବର୍ତ୍ତମାନ ପଟିଆଲା ସେଣ୍ଟ୍ରାଲ୍ ଜେଲ୍ରେ ରହିଛନ୍ତି । କିରାଣି କାମ ପାଇଁ ଏବେ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ । ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲରେ ଥିବା ରେକର୍ଡଗୁଡ଼ିକୁ କିଭଳି […]
ପଟିଆଲା: ମେ ୨୬: ୧୯୮୮ ମସିହାରେ ଘଟିଥିବା ‘ରୋଡ୍ ରେଜ୍’ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଏବେ ୯୦ ଟଙ୍କା ମଜୁରୀରେ କିରାଣି ଭାବେ ଜେଲ୍ରେ ଖଟିବେ । ସେ ବର୍ତ୍ତମାନ ପଟିଆଲା ସେଣ୍ଟ୍ରାଲ୍ ଜେଲ୍ରେ ରହିଛନ୍ତି ।
କିରାଣି କାମ ପାଇଁ ଏବେ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ । ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲରେ ଥିବା ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ । ତେବେ ଏହି କାମର ପ୍ରଥମ ୯୦ ଦିନ ପାଇଁ ସିଦ୍ଧୁଙ୍କୁ କୌଣସି ପ୍ରାପ୍ୟ ମିଳିବ ନାହିଁ ବୋଲି ଜେଲ୍ର ନିୟମ ଅନୁସାରେ ରହିଛି । ପରେ ତାଲିମ ଶେଷ ହେଲେ, ସେ ଦେନିକୁ ୪୦ ଟଙ୍କାରୁ ୫୦ ଟଙ୍କା ମଜୁରୀ ପାଇବେ ଓ ତାଙ୍କର ଦକ୍ଷତାକୁ ଆଧାର କରି ମଜୁରୀ ବଢ଼ାଯାଇପାରେ । ସିଦ୍ଧୁଙ୍କ ଏହି ମଜୁରୀ ତାଙ୍କ ବ୍ୟାଙ୍କ୍ ଆକାଣ୍ଟରେ ସିଧାସଳଖ ଜମା କରାଯିବ ବୋଲି ସୂଚନା ମିଳିଛି ।
ଜେଲ୍ ଅଧିକାରୀମାନଙ୍କ କହିବା ଅନୁସାରେ, ନିରାପତ୍ତା କାରଣରୁ ସିଦ୍ଧୁ କେବଳ ନିଜ ଜେଲ୍ କୋଠରିରେ ଥାଇ ଦୁଇଟି ସିଫ୍ଟରେ କାମ କରିବେ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ।




