ବଣ୍ଡି ବିଚ୍ ସୁଟର ବିରୋଧରେ ହତ୍ୟା ଓ ଆତଙ୍କବାଦ ମାମଲା ରୁଜୁ
ସିଡନି: ଅଷ୍ଟ୍ରେଲିଆର ସିଡନୀ ବଣ୍ଡି ବିଚ୍ରେ ଇହୁଦୀଙ୍କ ଉତ୍ସବରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିରୋଧରେ ୧୫ ହତ୍ୟା ମାମଲା ସମେତ ମୋଟ୍ ୫୯ ଅପରାଧ ନେଇ ମାମଲା ରୁଜୁ ହୋଇଛି। ଗତ ରବିବାର ଦିନ ହାନୁକା ଉତ୍ସବରେ ୨ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବନ୍ଧୁକଧାରୀ ଅଭିଯୁକ୍ତ ନବୀଦ ଆକ୍ରମ (୨୪) ଯିଏ କି ବୁଧବାର ସିଡନି ହସ୍ପିଟାଲ୍ରେ ଚିକିତ୍ସାଧୀନ ସମୟରେ କୋମାରୁ ଉଠିଛି ତା’ ବିରୋଧରେ ପ୍ରତିଟି ମୃତ୍ୟୁ ପାଇଁ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ମାମଲା ରୁଜୁ ହୋଇଛି। ଆକ୍ରମ ବିରୋଧରେ ୧୫ ହତ୍ୟା ପାଇଁ ୧୫ଟି ମାମଲା ରୁଜୁ ହୋଇଛି।
Tags:




