ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀକୁ ଫେରିଲା ନାସିକ ଅଭିମୁଖେ ଯାଉଥିବା ‘ସ୍ପାଇସ୍ ଜେଟ୍‌’

ନୂଆଦିଲ୍ଲୀ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରୁ ଦିଲ୍ଲୀ ଫେରି ଆସିଲା‘ସ୍ପାଇସ୍ ଜେଟ୍‌’ ବିମାନ। ଆଜି ସକାଳ ୬.୫୪ରେ ‘ସ୍ପାଇସ୍‌ଜେଟ୍‌’ ବିମାନ ‘ଏସ୍‌ଜି-୮୩୬୩’ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରୁ ନାସିକ ଅଭିମୁଖେ ଯାତ୍ରା କରୁଥିଲା I ଏହି ସମୟରେ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଟି ଅଧା ରାସ୍ତାରୁ ଦିଲ୍ଲୀ ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା।ଏହାପରେ ଯାତ୍ରୀମାନଙ୍କୁ ଏକ ‘କ୍ୟୁ୪୦୦’ ବିମାନକୁ ସ୍ଥାନାନ୍ତର କରାଯାଇଥିଲା। ଏ […]

Samaya Live Picture
Published On

ନୂଆଦିଲ୍ଲୀ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରୁ ଦିଲ୍ଲୀ ଫେରି ଆସିଲା‘ସ୍ପାଇସ୍ ଜେଟ୍‌’ ବିମାନ। ଆଜି ସକାଳ ୬.୫୪ରେ ‘ସ୍ପାଇସ୍‌ଜେଟ୍‌’ ବିମାନ ‘ଏସ୍‌ଜି-୮୩୬୩’ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରୁ ନାସିକ ଅଭିମୁଖେ ଯାତ୍ରା କରୁଥିଲା I ଏହି ସମୟରେ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଟି ଅଧା ରାସ୍ତାରୁ ଦିଲ୍ଲୀ ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା।ଏହାପରେ ଯାତ୍ରୀମାନଙ୍କୁ ଏକ ‘କ୍ୟୁ୪୦୦’ ବିମାନକୁ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ସ୍ପାଇସଜେଟ ପକ୍ଷରୁ ସୂଚନା ଦିଆଯାଇଛି। ‘ସ୍ପାଇସ୍‌ଜେଟ୍‌’ ବିମାନଗୁଡ଼ିକରେ ବିଭିନ୍ନ ପ୍ରକାରର ତ୍ରୁଟିବିଚ୍ୟୁତି ଦେଖା ଦେଉଥିବାରୁ ‘ଡାଇରେକ୍ଟୋ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ନିକଟରେ ସ୍ପାଇସଜେଟରର ୫୦ ପ୍ରତିଶତ ବିମାନ ଚଳାଇବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା। ଗତ ଜୁଲାଇ ମାସରେ ସ୍ମାଇସଜେଟ କର୍ତ୍ତୃପକ୍ଷଙ୍କୁ ଏହି ନୋଟିସ୍‌ ହୋଇଥିଲା। ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।