ରନ୍‌ୱେରେ ଖସିଲା ନାସାର ଗବେଷଣା ବିମାନ

ରନ୍‌ୱେରେ ଖସିଲା ନାସାର ଗବେଷଣା ବିମାନ
Samaya Live Desk Picture
Published On

ହ୍ୟୁଷ୍ଟନ: ଆମେରିକାର ହ୍ୟୁଷ୍ଟନର ଏଲିଂଟନ୍ ବିମାନବନ୍ଦରରେ ନାସାର ଏକ ଗବେଷଣା ବିମାନ ଲ୍ୟାଣ୍ଡିଂ ଗିଅର୍‌ ବିନା ଜରୁରୀକାଳୀନ ବେଲି ଲାଣ୍ଡିଂ କରିଛି।  ଅବତରଣ ସମୟରେ, ବିମାନଟି ରନ୍‌ୱେ ଉପରେ ଖସିପଡ଼ିଥିଲା। ଫଳରେ ବିମାନର ପଛ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣାରେ କୌଣସି କ୍ରୁ ସଦସ୍ୟ ଆହତ ହୋଇ ନାହାନ୍ତି। ରିପୋର୍ଟ ଅନୁଯାୟୀ, ବିମାନଟି ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହେବା ପରେ ପାଇଲଟଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନର ଚକ ବାହାରି ନଥିଲା। ବିମାନଟି ସିଧାସଳଖ ରନ୍‌ୱେରେ ତଳ ଅଂଶ ବା ବେଲିରେ ଅବତରଣ କରିଥିଲା। ଅବତରଣ କରିବା ପରେ, ବିମାନଟି ବହୁତ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯିବା ପରେ ଶେଷରେ ଅଟକି ଯାଇଥିଲା। ବିମାନବନ୍ଦରରେ ଥିବା ଜରୁରୀକାଳୀନ ଦଳ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ହ୍ୟୁଷ୍ଟନ ବିମାନବନ୍ଦର ପ୍ରଶାସନ ଅନୁଯାୟୀ, ଘଟଣାଟି ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଥିଲା।  

Tags: