ଜେନେରାଲ ନରବଣେଙ୍କ ପୁସ୍ତକ ବିବାଦ: ପେଙ୍ଗୁଇନ୍‌ ଇଣ୍ଡିଆକୁ ଦିଲ୍ଲୀ ପୁଲିସର ନୋଟିସ

ଜେନେରାଲ ନରବଣେଙ୍କ ପୁସ୍ତକ ବିବାଦ: ପେଙ୍ଗୁଇନ୍‌ ଇଣ୍ଡିଆକୁ ଦିଲ୍ଲୀ ପୁଲିସର ନୋଟିସ
Samaya Live Desk Picture
Published On

ନୂଆଦିଲ୍ଲୀ:  ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍‌ ଏମ୍‌ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ନେଇ ବଡ଼ଧରଣର ବିବାଦ ପରେ ଦିଲ୍ଲୀ ପୁଲିସ ବୁଧବାର ପବ୍ଲିସର୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ ନୋଟିସ କରିଛି। ପୁସ୍ତକ ପ୍ରକାଶ ପାଇନଥିବାବେଳେ ଏହା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିକଟରେ କିପରି ପହଞ୍ଚିଲା ବୋଲି ଗଣମାଧ୍ୟମରେ ପ୍ରଶ୍ନ ଉଠିବା ପରେ ଦିଲ୍ଲୀ ପୁଲିସ ପେଙ୍ଗୁଇନକୁ ନୋଟିସ୍‌ ପଠାଇଛି।  ଏହାପୂର୍ବରୁ ଦିଲ୍ଲୀ ପୁଲିସ ଏହି ମାମଲାରେ ଏକ  ଏକ ଏତଲା ରୁଜୁ କରିସାରିଛି। ଏହାର ୨୪ ଘଣ୍ଟା ମଧ୍ୟ‌ରେ ପେଙ୍ଗୁଇନ ପକ୍ଷରୁ ଦୁଇଟି ସ୍ପଷ୍ଟୀକରଣ ଦିଆଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପୁସ୍ତକ ଲିକ୍ ନେଇ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ କରିବା ପରେ, ନୋଟିସରେ ଅପ୍ରକାଶିତ ଆତ୍ମଜୀବନୀ ସହିତ ଜଡିତ ଅନେକ ପ୍ରଶ୍ନର ଉତ୍ତର ଲୋଡ଼ାଯାଇଛି ଏବଂ ପ୍ରକାଶକଙ୍କୁ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ନରବଣେଙ୍କ ଆତ୍ମଜୀବନୀ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’ରେ ରହିଥିବା ତଥ୍ୟକୁ ରାହୁଲ ଗାନ୍ଧୀ ଲୋକସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ପୁସ୍ତକକୁ ଆଧାର କରି ରାହୁଲ କହିଥିଲେ ଯେ, ୨୦୨୦ ମସିହାରେ ଭାରତ-ଚୀନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଚୀନର ଟ୍ୟାଙ୍କ ଭାରତ ଆଡ଼େ ମାଡ଼ି ଆସିୁଥିବାବେଳେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶ ଜାରି ନକରି ନରବେଣଙ୍କୁ ଯାହା ଠିକ୍‌ ତାହା କର ବୋଲି କହିଥିଲେ। ରାହୁଲ ଗାନ୍ଧୀ ସଂସଦରେ ଏହି ପୁସ୍ତକରୁ ତଥ୍ୟ ରଖୁଥିବାବେଳେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧର ନେତୃତ୍ବ ନେଇ କହିଥିଲେ ଯେ ଅପ୍ରକାଶିତ ପୁସ୍ତକ ସଂସଦରେ ଉପସ୍ଥାପନ କରାଯାଇପାରିବ ନାହିଁ। ବାଚସ୍ପତି ଓମ୍ ବିର୍ଲା ପରବର୍ତ୍ତୀ ସମୟରେ କହିଥିଲେ ରାହୁଲ ଗାନ୍ଧୀ ଅପ୍ରକାଶିତ ପୁସ୍ତକରୁ ଉଦ୍ଧୃତି ଦେଇପାରିବେ ନାହିଁ ଏବଂ ଏହାର ବିଷୟବସ୍ତୁ ପ୍ରାମାଣିକ ନଥିବା କହିଥିଲେ। ପରେ ବିରୋଧୀ ଦଳ ନେତା ପୁସ୍ତକର ଏକ କପି ସଂସଦକୁ ଆଣିବା ସହିତ ଏହାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ‌ ବୋଲି କହିଥିଲେ।

ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ଏକ ବିବୃତି ଜାରି କରି ସ୍ପଷ୍ଟ କରିଛି ଯେ, ପୁସ୍ତକଟି ଆନୁଷ୍ଠାନିକ ଭାବରେ ପ୍ରକାଶିତ ହୋଇନାହିଁ ଏବଂ ଏପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରି ଅପେକ୍ଷାରେ ଅଛି। ପ୍ରକାଶକ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଏହି ଆତ୍ମଜୀବନୀର ପିଡିଏଫ୍‌ କିମ୍ବା ବହି ପ୍ରସାରଣ କପିରାଇଟ୍‌ର ଉଲ୍ଲଂଘନ  

 

Tags: