ଅପରେସନ ସିନ୍ଦୂର, ୬ ସହିଦ ଯବାନଙ୍କ ନାଁ ସାର୍ବଜନୀନ

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ରୋଲ୍ ଅଫ୍ ଅନରରେ ସ୍ଥାନ ପାଇଲା ୬ ସହିଦ ବୀରଙ୍କ ନାଁ

ଅପରେସନ ସିନ୍ଦୂର, ୬ ସହିଦ ଯବାନଙ୍କ ନାଁ ସାର୍ବଜନୀନ
Samaya Live News Picture
Published On

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ ପ୍ରଥମ ଥର ସାର୍ବଜନୀନ ଭାବେ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ଜଣ ସହିଦଙ୍କ ନାଁ ବିଧିବଦ୍ଧ ଭାବେ ସାର୍ବଜନୀନ କରାଯାଇଛି । ୬ ସହିଦ ବୀରଙ୍କ ନାଁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ରୋଲ୍ ଅଫ୍ ଅନରରେ ସ୍ଥାନ ପାଇଛି । ସୀମାପାର ଯୁଦ୍ଧରେ ୬ ବୀର ଯବାନ ନିଜ ପ୍ରାଣବଳୀ ଦେଇଥିବା ସ୍ପଷ୍ଟ ହୋଇଛି । 

ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଯବାନ ହେଲେ ୧୦ ଇନଫାଣ୍ଟ୍ରି ବ୍ରିଗେଡ୍ ମୁଖ୍ୟାଳୟର ସୁବେଦାର ମେଜର ପୱନ କୁମାର, ୪ ଜମ୍ମୁ କାଶ୍ମୀର ଲାଇଟ୍ ଇନଫାଣ୍ଟ୍ରିର ବୀର ଚକ୍ରରେ ସମ୍ମାନୀତ ରାଇଫଲମ୍ୟାନ୍ ସୁନୀଲ କୁମାର, ୫ ଫିଲ୍ଡ ଲେଜିମେଣ୍ଟର ଲାନ୍ସ ନାଏକ ଦିନେଶ କୁମାର, ୮୫୧ ଲାଇଟ୍ ରେଜିମେଣ୍ଟର ଅଗ୍ନିବୀର ମୂରଲୀ ନାଏକ, ୨୩୭ ଫିଲ୍ଡ ୱାର୍କସପ୍ କମ୍ପାନୀର ହାବିଲଦାର ସୁନୀଲ କୁମାର ସିଂ ଓ ବାୟୁସେନାର ବାୟୁ ପଦକଧାରୀ  ସର୍ଜେଣ୍ଟ ସୁରେନ୍ଦ୍ର କୁମାର । 

୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଧର୍ମ ନାମରେ ନରସଂହାର କରିଥିଲେ । ଯେଉଁଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୭ ଜଣଙ୍କର ପ୍ରାଣ ଯାଇଥିଲା । ଯାହାର ପ୍ରତିଶୋଧ ସ୍ୱରୂପ ଭାରତ ସରକାର ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲେ । ୨୦୨୫, ମେ ୬-୭ ତାରିଖ ରାତିରେ  ଭାରତୀୟ ସେନା ସୀମା ପାର୍ କରି ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା । ଏହି ଯୁଦ୍ଧ ୪ ଦିନ ଧରି ଚାଲିଥିଲା । ଭାରତର ବିଶ୍ୱରୂପକୁ ସାରା ବିଶ୍ୱ ଦେଖି ଚକିତ ହୋଇଥିଲା । ଶେଷରେ ଅନୁରୋଧ କ୍ରମେ ‘ଅପରେସନ୍ ସିନ୍ଦୂର’ ଅଭିଯାନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର ।

Tags: