ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ୧୨ଜଣ ସାଧାରଣ ନାଗରିକଙ୍କୁ ସମାଧି, ଏଏଫ୍‌ଏସ୍‌ପିଏ ଆଇନ ହଟାଇବାକୁ ନେଇ ଦାବି ବଢ଼ିଲା

କୋହିମା: ଡିସେମ୍ବର ୦୭: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ପ୍ରାଣହରାଥିବା ୧୪ ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ସମାଧି ଦିଆଯାଇଛି । ସମାଧିସ୍ଥଳରେ ପରିବାର ଲୋକଙ୍କ ଆକୁଳ କ୍ରନ୍ଦନ ପରିବେଶକୁ ଶୋକାଳୁଳମୟ କରିଦେଇଥିଲା । ଏହି କାର୍ଯ୍ୟରେ କୌଣସି ଅଘଟଣ ନଘଟିବା ସକାଶେ ସେନା ବହାହିନୀ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା । ଗତକାଲି ଏହି ଗୁଳିକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳ ସାଂସଦରେ ହୋହାଲ୍ଲା କରିଥିଲେ । ଏ ପ୍ରସଙ୍ଗକୁ ନେଇ ବରିଷ୍ଠ […]

Samaya Live Picture
Published On

କୋହିମା: ଡିସେମ୍ବର ୦୭: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ପ୍ରାଣହରାଥିବା ୧୪ ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ସମାଧି ଦିଆଯାଇଛି । ସମାଧିସ୍ଥଳରେ ପରିବାର ଲୋକଙ୍କ ଆକୁଳ କ୍ରନ୍ଦନ ପରିବେଶକୁ ଶୋକାଳୁଳମୟ କରିଦେଇଥିଲା । ଏହି କାର୍ଯ୍ୟରେ କୌଣସି ଅଘଟଣ ନଘଟିବା ସକାଶେ ସେନା ବହାହିନୀ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା ।
ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ୧୨ଜଣ ସାଧାରଣ ନାଗରିକଙ୍କୁ ସମାଧି, ଏଏଫ୍‌ଏସ୍‌ପିଏ ଆଇନ ହଟାଇବାକୁ ନେଇ ଦାବି ବଢ଼ିଲା

ଗତକାଲି ଏହି ଗୁଳିକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳ ସାଂସଦରେ ହୋହାଲ୍ଲା କରିଥିଲେ । ଏ ପ୍ରସଙ୍ଗକୁ ନେଇ ବରିଷ୍ଠ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଏହାସହିତ ଘଟଣାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ୩୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ତେବେ ଏଭଳି ଘଟଣାର ଯେମିତି ପୁନରାବୃତି ନହୁଏ ସେଥିପ୍ରତି ସବୁ ସୁରକ୍ଷା ଏଜେନ୍‌ସକୁ ଅମିତ ଶାହ ତାଗିଦ କରାଇଦେଇଛନ୍ତି । ତଦନ୍ତ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା ହୋଇଛି ।

ଅନ୍ୟପକ୍ଷରେ, ଏଏଫଏସପିଏ ଆଇନକୁ ହଟାଇବାକୁ ଦାବି ବଢ଼ିଛି । ଆଜି ସାଧାରଣ ଲୋକମାନେ ଏହି ଆଇନକୁ ହଟାଇବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିୟୋ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ଏହି ଆଇନ ହଟାଇବାକୁ ନେଇ ଅମିତ ଶାହଙ୍କ ପାଖରେ ଏହି ଦାବି କରିଛନ୍ତି ।
ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ୧୨ଜଣ ସାଧାରଣ ନାଗରିକଙ୍କୁ ସମାଧି, ଏଏଫ୍‌ଏସ୍‌ପିଏ ଆଇନ ହଟାଇବାକୁ ନେଇ ଦାବି ବଢ଼ିଲା

ଏଏଫ୍‌ଏସ୍‌ପିଏ କ’ଣ?
ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍‌ଟ(ଏଏଫ୍‌ଏସ୍‌ପିଏ) ବା ସଶସ୍ତ୍ର ସେନା ବିଶେଷାଧିକାର ଆଇନ । ଏହି ଆଇନକୁ ବ୍ୟବହାର କରି ସେନା ପୂର୍ବତୋର ରାଜ୍ୟଗୁଡିକରେ ଶାନ୍ତି ଶୃଙ୍ଖଳାକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିଥାନ୍ତି । ଏହି ଆଇନ ସେତେବେଳେ ଲାଗୁ ହେବ ଯେତେବେଳେ ଗୋଟିଏ ସ୍ଥାନକୁ କେନ୍ଦ୍ର ଓ ରାଜ୍ୟ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିବେ । ୧୯୫୮ ମସିହା ସେପ୍‌ଟେମ୍ବର ୧୧ରେ ଏହି ଆଇନ ଲାଗୁ ହୋଇଥିଲା । ୧୯୮୯ ମସିହାରେ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢିଲାଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏଏଫ୍‌ଏସ୍‌ପିଏ ଲାଗୁ କରାଯାଇଥିଲା । ଏହି ଆଇନ୍‌ ଲାଗୁ ହେବା ପରେ ସେନାକୁ ସ୍ୱତନ୍ତ୍ର କ୍ଷମତା ମିଳିଥାଏ । ଏହି ଆଇନ ବଳରେ ଜଣେ ସନ୍ଦିU ବ୍ୟକ୍ତିକୁ ବିନା ୱାରେଂଟରେ ସେନା ଗିରଫ କରିବା ଓ ଘର ଭିତରେ ତଲାସି କରିପାରିବାର କ୍ଷମତା ଦିଆଯାଏ । ଆବଶ୍ୟକ ପଡିଲେ ସେନା ଅଧିକ ଫୋର୍ସ ମୁତୟନ ମଧ୍ୟ କରିପାରିବ । ଯଦି ସନ୍ଦିU କୌଣସି ସ୍ଥାନରେ ଲୁଚି ରହିଥିବ ତାହେଲେ ସେନା ଚାହିଁଲେ ଏହି ଆଇନ ବଳରେ ସେହି ସ୍ଥାନକୁ ଉଡାଇ ଦେଇପାରିବ ।

ସୂଚନା ଥାଉଯେ, ଗୁଇନ୍ଦା ପାଖରୁ ସୂଚନା ପାଇ ନାଗାଲାଣ୍ଡର ମୋନ୍‌ ଜିଲ୍ଲାରେ ଶନିବାର ରାତିରେ ଭାରତୀୟ ସେନାର ଉଗ୍ରବାଦ-ବିରୋଧୀ ଏକ ଅପରେସନ ହୋଇଥିଲା । ଓଟିଂ ଗାଁ ନିକଟରେ ଛପି ରହିଥିବା ସେନା ଉଗ୍ରବାଦୀଙ୍କ ଗାଡ଼ି ଆସୁଥିବା ଭାବି ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍‌ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳରେ ଗୁଳିରେ ପ୍ରକମ୍ପିତ ହୋଇଉଠିଥିଲା ।
ଏଥିରେ ଆସାମ ରାଇଫଲ ସେନାର ଗୁଳିମାଡ଼ରେ ୧୪ ଜଣ ଗ୍ରାମବାସୀ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ସୁରକ୍ଷା ଯବାନ ପ୍ରାଣ ହରାଥିଲେ । ତେବେ ଆତଙ୍କବାଦୀ ଭାବି ସେନା ସାଧାରଣ ଲୋକଙ୍କ ଉପରକୁ ଗୁଳିଚାଳନା କରିଥିଲା ବୋଲି କହିଥିଲେ ।