ରାଞ୍ଚୀ ଆରଏସଏସ କାର୍ଯ୍ୟାଳୟ ଆକ୍ରମଣ ମାମଲାରେ ଏକାଧିକ ରାଜ୍ୟରେ ଇଡି ଚଢ଼ଉ , ଶେହଜାଦ ଭଟ୍ଟି ନେଟୱର୍କ ଲିଙ୍କ୍ର ଯାଞ୍ଚ
ନୂଆଦିଲ୍ଲୀ : ରାଞ୍ଚୀ ଆରଏସଏସ କାର୍ଯ୍ୟାଳୟ ଆକ୍ରମଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ସମେତ ତିନୋଟି ରାଜ୍ୟରେ ଚଢ଼ାଉ କରିଛି। ଅଭିଯୁକ୍ତଙ୍କର ଶେହଜାଦ ଭଟ୍ଟି ନେଟୱର୍କ ସହ ସନ୍ଦେହ କରାଯାଉଥିବା ସମ୍ପର୍କ ବିଷୟରେ ମଧ୍ୟ ତଦନ୍ତ କରାଯାଇଛି। କେନ୍ଦ୍ର ସରକାର ଭଟ୍ଟି ନେଟୱର୍କକୁ (ୟୁଏପିଏ) ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଜୁନ୍ ୧୬ ଓ ୧୭ ତାରିଖର ମଧ୍ୟବର୍ତ୍ତୀ ରାତିରେ ରାଞ୍ଚିର ଆରଏସଏସ କାର୍ଯ୍ୟାଳୟ ଉପରକୁ ଅଜଣା ବ୍ୟକ୍ତିମାନେ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଗୁରୁବାର ଇଡି ଅଧିକାରୀମାନେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ରାଞ୍ଚି କାର୍ଯ୍ୟାଳୟ ଉପରେ ଜୁନ୍ ମାସରେ ହୋଇଥିବା ପେଟ୍ରୋଲ ବୋମା ଆକ୍ରମଣ ସହ ଜଡିତ ଅର୍ଥ ହେରଫେର ମାମଲାର ତଦନ୍ତ ଅଂଶ ଭାବେ ଦିଲ୍ଲୀ, ବିହାର, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକରେ ଚଢ଼ାଉ କରାଯାଇଛି। ପିଏମ୍ଏଲଏ ଅଧୀନରେ ଇଡିର ଦିଲ୍ଲୀ ଜୋନ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ରାଞ୍ଚିର ନିବାରଣପୁର ଅଞ୍ଚଳରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) ମାମଲା ଆଧାରରେ ଇଡି ତଦନ୍ତ ଆରମ୍ଭ ହୋଇଛି। ଅଧିକାରୀମାନଙ୍କ ଅନୁସାରେ, ଏହି ମାମଲାରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଶେହଜାଦ ଭଟ୍ଟିଙ୍କ ମନି ଲଣ୍ଡରିଂ ନେଟୱର୍କର ଭୂମିକା ମଧ୍ୟ ଇଡି ତଦନ୍ତ କରୁଛି। ଜୁନ୍ ୧୬ ଓ ୧୭ ତାରିଖର ମଧ୍ୟବର୍ତ୍ତୀ ରାତିରେ ଅଜଣା ବ୍ୟକ୍ତିମାନେ RSS କାର୍ଯ୍ୟାଳୟ ଦିଗକୁ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ। ପରେ ଏନ୍ଆଇଏ ଝାଡ଼ଖଣ୍ଡ ପୋଲିସଠାରୁ ଏହି ମାମଲାର ତଦନ୍ତ ନିଜ ହାତକୁ ନେଇଥିଲା। ଏନ୍ଆଇଏ ମାମଲା ରେକର୍ଡ ଅନୁସାରେ, ଆରଏସଏସ କାର୍ଯ୍ୟାଳୟ ପରିସରକୁ ଦୁଇଜଣ ଅଜଣା ବ୍ୟକ୍ତି ବୋମା ଫିଙ୍ଗିଥିବା ଅଭିଯୋଗ ରହିଛି।
Tags:




