ମୁକୁଲ ରୋହତଗୀ ହେବେ ଦେଶର ପରବର୍ତୀ ଆଟର୍ଣ୍ଣି ଜେନେରାଲ

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ I ସେ ଅକ୍ଟୋବର ୧ ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ I ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ। ତେବେ ୨୦୧୭ରେ ତାଙ୍କୁ ବ୍ୟକ୍ତିଗତ କାରଣରୁ ଏହି ପଦରୁ […]

Samaya Live Picture
Published On

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ I ସେ ଅକ୍ଟୋବର ୧ ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ I
ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ। ତେବେ ୨୦୧୭ରେ ତାଙ୍କୁ ବ୍ୟକ୍ତିଗତ କାରଣରୁ ଏହି ପଦରୁ ହଟାଇ ଦିଆଯାଇଥିଲା । ଏହାପରେ କେ.କେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୦ରେ ସରୁଥିଲା । କିନ୍ତୁ ସରକାର ଦୁଇ ବର୍ଷ ତାଙ୍କ କାର୍ଯ୍ୟକାଳ ବଢାଇଥିଲେ । ଚଳିତ ବର୍ଷ ଜୁନରେ ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରାଯାଇଥିଲା । ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ ରେ ଶେଷ ହେବ I ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇବାକୁ କହିଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇନଥିଲେ।

ଆଇନଜୀବୀ ମୁକୁଲ ରୋହତଗୀ ଙ୍କ ପିତା ଅବୋଧ ବିହାରୀ ରୋହତଗି ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିଲେ। ସେ ମୁମ୍ବାଇର ସରକାରୀ ଆଇନ କଲେଜରୁ ଆଇନ ଅଧୟନ ସମାପ୍ତ କରିଥିଲେ ଏବଂ ପ୍ରଥମେ ଯୋଗେଶ କୁମାର ସାବରୱାଲଙ୍କ ସହ କାମ କରିଥିଲେ, ଯିଏକି ପରେ ଭାରତର ୩୬ ତମ ପ୍ରଧାନ ବିଚାରପତି ହୋଇଥିଲେ। ଏହା ପରେ ସେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୯୩ ରେ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବରେ ମନୋନୀତ ହୋଇଥିଲେ। ଏହାପରେ ୧୯୯୯ ରେ, ସେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ।