ଭାରତ ଯୋଡ ଯାତ୍ରା ସମୟରେ ହୃଦଘାତ ରେ ସାଂସଦଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମୟରେ ଆସିଲା ଏକ ଦୁଖଦଃ ଖବର I ଭାରତ ଯୋଡ ପଦ ଯାତ୍ରାରେ ସାମିଲ ହୋଇ ଚାଲୁଥିବାବେଳେ ଜଳନ୍ଦରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ୍ ଯୋଗେ ଲୁଧିଆନାର ଫଗ୍ୱାରାସ୍ଥିତ ବିର୍କ ହସ୍ପିଟାଲ୍କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ତାଙ୍କ ହୃତଘାତ […]
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମୟରେ ଆସିଲା ଏକ ଦୁଖଦଃ ଖବର I ଭାରତ ଯୋଡ ପଦ ଯାତ୍ରାରେ ସାମିଲ ହୋଇ ଚାଲୁଥିବାବେଳେ ଜଳନ୍ଦରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ୍ ଯୋଗେ ଲୁଧିଆନାର ଫଗ୍ୱାରାସ୍ଥିତ ବିର୍କ ହସ୍ପିଟାଲ୍କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ତାଙ୍କ ହୃତଘାତ ଖବର ଶୁଣି ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ତୁରନ୍ତ ରାହୁଲ ଗାନ୍ଧି ହସପିଟାଲରେ ପହଞ୍ଚିଥିଲେ ।
#UPDATE | Punjab: Congress MP Santokh Singh Chaudhary passes away – tweets CM Bhagwant Mann.
The MP was taken to a hospital during the Congress party's Bharat Jodo Yatra in Ludhiana today.
(Pic – The MP's Twitter account) pic.twitter.com/QZv8Fjq7lV
— ANI (@ANI) January 14, 2023
ଆଜି ସକାଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପଞ୍ଜାବର ଫତେଗଡ ସାହିବ ଅର୍ନ୍ତଗତ ସିରହିନ୍ଦ୍ରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଥିଲା। ଲୁଧିୟାନା ନିକଟରେ ଜାରି ଯାତ୍ରା ସମୟରେ ସାଂସଦ ସନ୍ତୋଖ ସିଂହଙ୍କର ହୃଦଘାତ ହୋଇଥିଲା ବୋଲି ଖବର ମିଳିଛି। ଏହାସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ସାଂସଦ ସନ୍ତୋଖ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପଞ୍ଜବାର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।




