ଆଜିଠାରୁ ଆରମ୍ଭ ହେଲା ସଂସଦୀୟ ମୌସୁମୀ ଅଧିବେଶନ

ଆଜିଠାରୁ ଆରମ୍ଭ ହେଲା ସଂସଦୀୟ ମୌସୁମୀ ଅଧିବେଶନ
Samaya Live News Picture
Published On

ନୂଆଦିଲ୍ଲୀ : ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦରେ ମୌସୁମୀ ଅଧିବେଶନ । ଏହା ଆସନ୍ତା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବାର ଅଛି । ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । NEET-UG ପେପର ଲିକ୍, ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ଅଯୋଧ୍ୟା ରାମ ମନ୍ଦିର ଦାନ ବିବାଦ, E20 ଇନ୍ଧନ ଏବଂ ବୈଦେଶିକ ନୀତି ଭଳି ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ମେଣ୍ଟ । 

ମୌସୁମୀ ବୈଠକ ଅବ୍ୟବହିତ ପୂର୍ବରୁ ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଇ ଏଥିରେ ପ୍ରାୟ ୪୦ଟି ରାଜନୈତିକ ଦଳର ୫୦ ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ । ଅଧିବେଶନରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିଥିଲେ ସରକାର ।

ଆଜି ସଂସଦରେ ଆଗତ ହୋଇପାରେ ବନ୍ଦେ ମାତରମ ବିଲ୍ । ରାଜ୍ୟସଭାରେ ଆଗତ କରିପାରନ୍ତି ବନ୍ଦେ ମାତରମ ବିଲ୍। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ବିଲ୍ ଆଇନରେ ପରିଣତ ହେଲେ ଏଥିରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଜାତୀୟ ଗୀତ ବନ୍ଦେ ମାତରମକୁ ବିରୋଧ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି ।

Tags: