ମଲିଉଡ଼ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷରେ ଖଲାସ

ମଲିଉଡ଼ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷରେ ଖଲାସ

କର୍ଣ୍ଣାଟକ : ମାଲାୟାଲମ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷରେ ଖଲାସ । ଅପହରଣ ଓ ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏର୍ଣ୍ଣାକୁଲମ ପ୍ରିନ୍ସିପାଲ୍ ସେସନ୍ସ କୋର୍ଟ । ଚଳନ୍ତା କାରରେ ଜଣେ ଅଭିନେତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଏର୍ଣ୍ଣାକୁଲମର ସେସନ୍ସ କୋର୍ଟ ଦିଲ୍ଲୀପଙ୍କ ସହିତ ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଅନ୍ୟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଘଟଣାରେ ୨୬୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

Read More ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ରାୟ ପ୍ରକାଶ ପରେ ଅଭିନେତା ଦିଲ୍ଲୀପ କୋର୍ଟରେ କହିଥିଲେ, "ଏହା ମୋ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଥିଲା । ମୁଁ ସମସ୍ତ ଓକିଲ ଏବଂ ମୋତେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ୨୦୧୭ ଫେବୃଆରୀ ମାସରେ ପ୍ରସିଦ୍ଧ ତାମିଲ ଅଭିନେତ୍ରୀ ଏହି ଅଭିଯୋଗ କରିଥିଲେ । ତାଙ୍କୁ ଅପହରଣ କରି କାରରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । 

Read More ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ନଅ ଜଣ ହେଲେ ସୁନୀଲ ଏନଏସ, ଓରଫ ପଲସର ସୁନି; ମାର୍ଟିନ୍ ଆଣ୍ଟୋନି; ମଣିକନ୍ଦନ ବି; ବିଜେଶ ଭିପି; ସଲିମ୍ ଏଚ୍; ପ୍ରଦୀପ; ଚାର୍ଲି ଥମାସ; ସାନିଲ୍ କୁମାର, ଓରଫ ମେସ୍ତ୍ରି ସାନିଲ୍; ଏବଂ ଶରଥ।ମାଲାୟ ।

Read More ଇଣ୍ଡିଗୋ  ଅରାଜକତା ଥମୁନି, ସୋମବାର ୨୫୦ ରୁ ଅଧିକ ବିମାନ ବାତିଲ

Tags: