ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
ନୂଆଦିଲ୍ଲୀ : ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସୋମବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଏହି ବୈଠକ ଡକାଇଛନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟାହ୍ନ ୧୨ଟାରେ ପାର୍ଲାମେଣ୍ଟର ଆନେକ୍ସ ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଅଧିବେଶନ ସୁରୁଖୁରୁରେ ଚାଲିବା ନିମନ୍ତେ ବିରୋଧୀ ଦଳଙ୍କ ସହଯୋଗ କାମନା କରିବେ। ମାତ୍ର ବିରୋଧୀ ଦଳଗୁଡିକ ଆଗାମୀ ଅଧିବେଶନରେ […]
ନୂଆଦିଲ୍ଲୀ : ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସୋମବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଏହି ବୈଠକ ଡକାଇଛନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟାହ୍ନ ୧୨ଟାରେ ପାର୍ଲାମେଣ୍ଟର ଆନେକ୍ସ ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଅଧିବେଶନ ସୁରୁଖୁରୁରେ ଚାଲିବା ନିମନ୍ତେ ବିରୋଧୀ ଦଳଙ୍କ ସହଯୋଗ କାମନା କରିବେ। ମାତ୍ର ବିରୋଧୀ ଦଳଗୁଡିକ ଆଗାମୀ ଅଧିବେଶନରେ ସୀମା ବିବାଦ, ଦରଦାମ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି। ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରାଯିବ।
ଜାନୁଆରୀ ୩୧ ରେ ସେଣ୍ଟ୍ରାଲ ହଲରେ ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ। ଅଧିବେଶନର ଦ୍ୱିତୀୟ ଦିନରେ ଯଥା। ଫେବୃଆରୀ ୧ ତରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସରକାରଙ୍କ ଶେଷ କେନ୍ଦ୍ର ବଜେଟକୁ ଲୋକସଭାରେ ଉପସ୍ଥାପନ କରିବେ। ପରେ ରାଜ୍ୟସଭାରେ ବଜେଟ୍ଉ ପସ୍ଥାପନ କରାଯିବ।
ବଜେଟ୍ ଅଧିବେଶନର ପ୍ରଥମ ଦୁଇ ଦିନ ମଧ୍ୟରେ ସଂସଦ ଜିରୋ ଏବଂ ପ୍ରଶ୍ନ ଘଣ୍ଟାକୁ ଏଡ଼ାଇ ଦେବ।ଫେବୃଆରୀ ୧ ରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ନିଜର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି। ବଜେଟ୍ ଅଧିବେଶନ ଦୁଇ ଭାଗରେ ଅନୁଷ୍ଠିତ ହେବ। ବଜେଟ୍ ଅଧିବେଶନ ଚଳିତ ବର୍ଷ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଚାଲିବ ଏବଂ ୬୬ ଦିନରେ ୨୭ ଟି ସିଟିଂ ହେବ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୧୪ ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଏକ ଛୁଟିଦିନ ରହିବ, ଯାହା ଦ୍ୱାରା ବିଭାଗର ସଂପୃକ୍ତ ସଂସଦୀୟ ସ୍ଥାୟୀ କମିଟି ଅନୁଦାନର ଦାବିକୁ ଯାଞ୍ଚ କରିପାରିବେ ଏବଂ ସେମାନଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ ସହ ଜଡିତ ରିପୋର୍ଟ ପ୍ରସ୍ତୁତ କରିପାରିବେ। ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୩ ରୁ ଆରମ୍ଭ ହୋଇ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।




