ପଶ୍ଚିମବଙ୍ଗରେ ମୃଦୁ ଭୂମିକମ୍ପ ଝଟକା

ପଶ୍ଚିମବଙ୍ଗରେ ମୃଦୁ ଭୂମିକମ୍ପ ଝଟକା

କୋଲକତା : କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ  ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦ ମଧ୍ୟରେ କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ମାଲଦା, ନଦିଆ, କୁଚବିହାର ଏବଂ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହା ସୂଚନା ମିଳିଛି ବାଂଲାଦେଶର ନରସିଙ୍ଗଡି ନିକଟରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଭାବ ସମଗ୍ର ଉତ୍ତର-ପୂର୍ବ ଏବଂ ପଶ୍ଚିମବଙ୍ଗରେ ଅନୁଭୂତ ହୋଇଥିଲା।

Read More  ଲାଲକିଲ୍ଲା କାର ବିସ୍ଫୋରଣ ସ୍ଥଳରୁ ସେନା ଦ୍ବାରା ବ୍ୟବହୃତ ୯ଏମଏମ କାର୍ଟ୍ରିଜ୍ ଜବତ

 

Read More ପ୍ରେସ୍‌ ଦିବସର ଅନୁଚିନ୍ତା

Tags: