ମେଘାଳୟରେ ବନ୍ୟା ପରିସ୍ଥିତି: ଭାସିଗଲା ପୋଲ

ମେଘାଳୟ: ଜୁନ ୧୦: ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଏହାସହ ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି । ସାଉଥ୍‌ ଗାରୋ ହିଲ୍‌ ଓ େୱଷ୍ଟ ଗାରୋ ହିଲ୍‌ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଥିବା ସୂଚନା ରହିଛି । ତେବେ ଭାସିଯାଇଥିବା ଏହି ପୋଲଟି ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିଲା । […]

Samaya Live Picture
Published On

ମେଘାଳୟ: ଜୁନ ୧୦: ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଏହାସହ ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି । ସାଉଥ୍‌ ଗାରୋ ହିଲ୍‌ ଓ େୱଷ୍ଟ ଗାରୋ ହିଲ୍‌ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଥିବା ସୂଚନା ରହିଛି । ତେବେ ଭାସିଯାଇଥିବା ଏହି ପୋଲଟି ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିଲା । ଗତକାଲି ନଦୀରେ ହଠାତ ବନ୍ୟା ଆସିବାରୁ ପୋଲଟି ଭାସି ଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ଆସାମର ବିଶ୍ୱନାଥ ଜିଲ୍ଲାରେ ବଜ୍ରାଘାତରେ ୬ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଶ୍ୱନାଥ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ବିଶ୍ୱନାଥ ଜିଲ୍ଲାର ପଭୋଇ ଚାଦ ବଗିଚା ଓ ଭାଜୁଲି ଗଡ଼ର ଚାଦ ବଗିଚାର ଶ୍ରମିକ ଥିବା ଜଣାପଡ଼ିଛି । ତେବେ ପୋଲଟି ଭାଙ୍ଗିଯିବା କାରଣରୁ ସ୍ଥାନୀୟ ଲୋକେ ଅନେକ ସମସ୍ୟାର ସମୁଖିନ ହେଉଥିବା ସୂଚନା ରହିଛି ।