ଉତ୍ତରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ଉତ୍ତରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ
Samaya Live Desk Picture
Published On

ମିରଟ:  ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଲିସାଡି ଗେଟ୍ ଥାନା ଅଞ୍ଚଳର କିଡୱାଇ ନଗରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଇକବଲ ଅହମ୍ମଦଙ୍କ ଘରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ‌ହୋଇଛି।। ରିପୋର୍ଟ ଅନୁଯାୟୀ, ଇକବଲ ତାଙ୍କ ଭାଇଙ୍କ ସହିତ ନମାଜ ପଢ଼ିବାକୁ ଯାଇଥିଲେ। ଘରେ ମହିଳା ଓ ପିଲାମାନେ ଥିଲେ। ନିଆଁ ଲାଗି ଘର ପୋଡ଼ିଯାଇଥିଲା।

ଯେଉଁ ଘରେ ଏହି ଘଟଣା ଘଟିଛି ସେହି ଘରର ତଳ ମହଲାରେ ଏକ କପଡ଼ା ଗୋଦାମ ଥିଲା। ପରିବାର ଉପର ମହଲାରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ହଠାତ୍ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହା ଉପର ମହଲାକୁ ବ୍ୟାପିଥିଲା। ଭିତରେ ଫସି ରହିଥିବା ପିଲା ଓ ମହିଳାମାନେ ବାହାରକୁ ପଳାଇ ଆସିବାର ସୁଯୋଗ ପାଇ ନଥଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଅଞ୍ଚଳର ରାସ୍ତା ସଂକୀର୍ଣ୍ଣ ଥିବାରୁ ଅଗ୍ନିଶମ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିବା ପାଇଁ କଷ୍ଟକର ହୋଇଥିଲା। ଫସି ରହିଥିବା ପରିବାରର ସାତ ଜଣ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ, ପୁଲିସ ଓ ଅଗ୍ନିଶମ ବାହିନୀ ଘର ପଛ ପାଚେରୀ ଭାଙ୍ଗି ସିଡ଼ି ବ୍ୟବହାର କରି ସେମାନଙ୍କୁ ଜଣ ଜଣ କରି ବାହାର କରିଥିଲେ।

Tags: