ଜମ୍ମୁରେ ଭୟଙ୍କର ବିସ୍ଫାରଣ, ୯ ମୃତ

ଜମ୍ମୁରେ ଭୟଙ୍କର ବିସ୍ଫାରଣ, ୯  ମୃତ

ଶ୍ରୀନଗର : ଲାଲକିଲ୍ଲା ବିସ୍ଫୋରଣ ପରେ ପରେ ଜମ୍ମୁରେ ପୁଣି ଏକ ଭୟଙ୍କର ବିସ୍ଫୋରଣ । ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ -କାଶ୍ମୀରର ନୌଗାମ ପୋଲିସ ଷ୍ଟେସନ ପରିସରରେ ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ରୁ ଅଧିକ ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଉ କିଛି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଏବଂ ଫୋରେନସିକ୍ ଟିମ୍ ଅଧିକାରୀ ଥିଲେ । ବିସ୍ଫୋରଣରେ ନୌଗାମ ଥାନା କୋଠାର କିଛି ଅଂଶ ଧ୍ବଂସ ହେବା ସହିତ ବହୁତ ଯାନବାହାନ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ମୃତକଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ବିଛାଡ଼ି ହୋଇ ପଡିଥିଲା। ବିସ୍ଫୋରଣର ଭୟଙ୍କର ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଘଟଣା ପରେ ସେଠାରେ ପ୍ରବଳ ଭିଡ ଜମିବାରୁ ପୁଲିସ କର୍ମୀ ଭିଡ଼ ପରିଚାଳନା କରିଥିଲେ ।

Read More ରାଜ୍ୟପାଳଙ୍କ ପାଇଁ ବିଲ୍ ମଞ୍ଜୁର କରିବାକୁ କୌଣସି ସମୟସୀମା ନାହିଁ, କିନ୍ତୁ ଦୀର୍ଘ ବିଳମ୍ବ ସମୀକ୍ଷାକୁ ଆମନ୍ତ୍ରଣ କରିପାରେ: ସୁପ୍ରିମକୋର୍ଟ

ସିସିଟିଭି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା, ଜୋରଦାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଅଞ୍ଚଳ ପ୍ରବଳ ଧୂଆମୟ ହୋଇଯାଇଥିଲା । ଉଦ୍ଧାରକାରୀ ଟିମ୍ ପ୍ରାୟ ଏକ ଘଂଟା ପରେ ଘଟଣାସ୍ଥଳକୁ ଯାଇପାରିଥିଲା ।

Read More ଜି-୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ

ପୋଲିସର କହିବାନୁସାରେ, ବିସ୍ଫୋରଣର କାରଣ ଜଣା ପଡି ନାହିଁ । ଏହା ପଛରେ ଦୁଇଟି କାରଣ ଥାଇପାରେ । ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାଓଁ ଥାନାରେ ରଖାଯାଇଥିଲା । ବିସ୍ଫୋରକକୁ ପୁଲିସ ଓ ଫରେନ୍ସିକ ଟିମ୍‌ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ଅନ୍ୟ ଦିଗରେ ଏହା ଆତଙ୍କବାଦୀ ଆକ୍ରମଣ ହୋଇପାରେ । ତେବେ ବିସ୍ଫୋରଣ କେମିତି ହେଲା ଓ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ଚାଲିଛି ।

Read More  ଲାଲକିଲ୍ଲା କାର ବିସ୍ଫୋରଣ ସ୍ଥଳରୁ ସେନା ଦ୍ବାରା ବ୍ୟବହୃତ ୯ଏମଏମ କାର୍ଟ୍ରିଜ୍ ଜବତ

ଅନ୍ୟପଟେ,ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନଲିନ୍ ପ୍ରଭାତ ଗଣମାଧ୍ୟମକୁ ସୂଚନା ଦେଇ ବିସ୍ଫୋରଣ ଏକ "ଦୁର୍ଘଟଣା" ଥିଲା ବୋଲି କହିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ରାଜ୍ୟ ତଦନ୍ତ ସଂସ୍ଥା (SIA) ଅଧିକାରୀ, ମାଜିଷ୍ଟ୍ରେଟ୍ ଦଳର ଦୁଇ ରାଜସ୍ୱ ଅଧିକାରୀ, ତିନି ଜଣ ଫୋରେନସିକ୍ ଟିମ୍ କର୍ମଚାରୀ, ଦୁଇଜଣ ଅପରାଧ ଫଟୋଗ୍ରାଫର ଏବଂ ଜଣେ ଦର୍ଜୀ ଅଛନ୍ତି।

ଏହାକୁ ଏକ ଦୁର୍ଘଟଣାଜନିତ ବିସ୍ଫୋରଣ ବୋଲି କହି ଡିଜିପି ପ୍ରଭାତ କହିଛନ୍ତି ଯେ "ଏହି ଘଟଣାର ପ୍ରକ୍ରିୟାରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ"।

Tags: