ମଣିପୁର ପୁଣି ଅଶାନ୍ତି, ରକେଟ ମାଡ଼ରେ ୨ ଶିଶୁ ମୃତ, ମା’ ଗୁରୁତର
୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
ଇମ୍ଫାଲ : ମଣିପୁର ପୁଣି ଅଶାନ୍ତ ହୋଇପଡ଼ିଛି। ସୋମବାର ବିଳମ୍ବିତ ରାତିରେ ବିଷ୍ଣୁପୁର ଜିଲ୍ଲା ମୋଇରାଙ୍ଗରେ ଏକ ଆବାସିକ ଘର ଉପରେ ସନ୍ଦିଗ୍ଧ ରକେଟ୍ ମାଡ଼ ହେତୁ ଜଣେ ସୀମା ସୁରକ୍ଷା ବଳ (ବିଏସଏଫ୍) ଯବାନଙ୍କ ୫ ବର୍ଷର ପୁଅ ଓ ୫ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ପିଲାମାନଙ୍କ ମା’ ବିନିତା (୩୭) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ପାହାଡ଼ିଆ ଅଞ୍ଚଳରୁ ନିକ୍ଷେପ କରାଯାଇଥିବା ଏହି ଶକ୍ତିଶାଳୀ ରକେଟ୍ ମାଡ଼ ଯୋଗୁ ମଙ୍ଗଳବାର ସମଗ୍ର ଉପତ୍ୟକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମଣିପୁର ସରକାର ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, ଥୌବାଲ, କାକଚିଙ୍ଗ ଏବଂ ବିଷ୍ଣୁପୁର ଭଳି ୫ଟି ସଂବେଦନଶୀଳ ଜିଲ୍ଲାରେ ଆଗାମୀ ତିନି ଦିନ ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଗୁଜବ ଓ ବିଭ୍ରାନ୍ତିକର ତଥ୍ୟର ପ୍ରସାରକୁ ରୋକିବା ପାଇଁ ଏହି କଟକଣା ଜାରି କରାଯାଇଛି।
Tags:



