୨ ବର୍ଷର ସଂଘର୍ଷ ପରେ ଆଖି ବୁଜିଲେ ମଣିପୁର ଗଣଦୁଷ୍କର୍ମ ପୀଡ଼ିତା

୨ ବର୍ଷର ସଂଘର୍ଷ ପରେ ଆଖି ବୁଜିଲେ ମଣିପୁର ଗଣଦୁଷ୍କର୍ମ ପୀଡ଼ିତା

ଇମ୍ଫାଲ: ମଣିପୁର ହିଂସାର ପାଖାପାଖି ବର୍ଷ ପରେ କୁକି ଗଣଦୁଷ୍କର୍ମ ପୀଡ଼ିତାଙ୍କର ଚୁରାଚାନ୍ଦପୁର ଜିଲ୍ଲାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ରବିବାର ସମ୍ପର୍କରେ ସୂଚନା ଦିଆଯାଇଛି। ୨୦୨୩ ମେ’ରେ ମଣିପୁର ହିଂସା ଚରମ ସୀମାରେ ଥିବାବେଳେ ଏହି କୁକି ମହିଳାଙ୍କୁ ଅପହରଣ କରି ନିର୍ଯାତନା ଦିଆଯିବା ସହିତ ଗଣଦୁର୍ଷ୍କମ କରାଯାଇଥିଲା। ସେବେଠାରୁ ସେ ଶାରୀରିକ ତଥା ମାନସିକ ଆଘାତ ସହିତ ଲଢ଼ି ଆସୁଥିଲେ। ଗଣଦୁଷ୍କର୍ମ ନିର୍ଯାତନା ଘଟଣାପରେ ତାଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିବାବେଳେ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ସେ ମାନସିକ ଅବସାଦରେ ଥିଲେ ବୋଲି ତାଙ୍କ ମାକହିଛନ୍ତି।  ଗଣଦୁଷ୍କର୍ମ ଘଟଣାବେଳେ ପୀଡ଼ିତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ଇମ୍ଫାଲର ଏକ ବ୍ୟୁଟି ସାଲୋନରେ ସେ କାମ କରୁଥିଲେ। ମେ୧୫ରେ ତାଙ୍କୁ ବନ୍ଧକ କରିନିଆଯାଇଥିଲା। ତାଙ୍କୁ ବିଷ୍ଣୁପୁର ଜିଲ୍ଲାର ଏକ ପାହାଡ଼ ଉପରକୁ ନେଇଯାଇ ଗଣଦୁଷ୍କର୍ମ କରାଯାଇଥିଲା। ତଥାପି ସେ ସେଠାରୁ ଖସି ପଳାଇ ଆସିଥିଲେ। ସେବେଠାରୁ ତାଙ୍କୁ ନାଗାଲାଣ୍ଡ, ଆସାମ ମଣିପୁରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ପୀଡ଼ିତାଙ୍କର ଚୁରାଚାନ୍ଦପୁର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଜାନୁଆରି ୧୧ ତାରିଖରେ ମୃତ୍ୟୁ ହୋଇଥିବା ତାଙ୍କ ମାସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ ସେ ଘରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି।  

ସମ୍ବନ୍ଧିତ ଖବର ୩ ଦିନିଆ ଶୋକ ପାଳିବ ମହାରାଷ୍ଟ୍ର

Tags: