ଭିଡ଼ ଭିତରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଆଇଫୋନ୍‌ ମାଗିଲେ ବ୍ୟକ୍ତି, ତାଙ୍କ ପ୍ରତିକ୍ରିୟା ଭାଇରାଲ

ଭିଡ଼ ଭିତରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ  ଆଇଫୋନ୍‌ ମାଗିଲେ ବ୍ୟକ୍ତି, ତାଙ୍କ ପ୍ରତିକ୍ରିୟା ଭାଇରାଲ
Samaya Live Desk Picture
Published On

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଲୋକଙ୍କ ସହ କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଆଇଫୋନ୍‌ ମାଗିଥିଲେ। ଶର୍ମା ଇନ୍‌ଷ୍ଟାଗ୍ରାମରେ ଏହି ମଜାଦାର ଘଟଣାର ଭିଡିଓ ସେୟାର କରିଥିଲେ, ଯାହାକୁ ନେଇ ଅନଲାଇନ୍‌ରେ ଲୋକମାନେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନଙ୍କ ଭିଡ଼ ମଧ୍ୟରେ ସାକ୍ଷାତ କରୁଥିବା ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏକ ଅସାଧାରଣ ଅନୁରୋଧ ମିଳିଥିଲା। ଜଣେ ବ୍ୟକ୍ତି ସିଧାସଳଖ ତାଙ୍କୁ ଏକ ଆଇଫୋନ୍‌ ମାଗିଥିଲେ। ଶର୍ମା ଇନ୍‌ଷ୍ଟାଗ୍ରାମରେ ଏହି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଲୋକମାନଙ୍କୁ ଅଭିବାଦନ କରୁଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଆସି ଏକ ସିଧାସଳଖ ଅନୁରୋଧ କରିଥିଲେ। ବ୍ୟକ୍ତିଜଣକ କହିଥିଲେ,‘ସାର୍, ମୋତେ ଗୋଟିଏ ଆଇଫୋନ୍‌ ଦରକାର’। ଏହି ଅନୁରୋଧ ଶୁଣି ଶର୍ମା କିଛିଟା ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ, ‘ଆଇଫୋନ୍‌। ତୁମକୁ ପୁରୁଣା ନା’ ନୂଆ ଆଇଫୋନ୍‌ ଦରକାର। ଏହା ପରେ ଘଟଣାଟି ଆହୁରି ମଜାଦାର ହୋଇଥିଲା। ଶର୍ମା ହାତ ଉଠାଇ ଯେପରି ବ୍ୟକ୍ତିଜଣଙ୍କୁ ହାଲୁକା ମଜାରେ ଚାପୁଡ଼ ମାରିବାକୁ ଯାଉଥିବା ଭଳି କରିଥିଲେ। କିନ୍ତୁ ଶେଷରେ ସେ ଅନୁରୋଧଟି ଗ୍ରହଣ କରି କହିଥିଲେ,‘ଠିକ୍ ଅଛି, ଆମେ ତୁମକୁ ଗୋଟିଏ ଆଇଫୋନ୍‌ ଦେବୁ। ତୁମେ ପାଇବ। ଏହା ପରେ ଶର୍ମା ସେଠାରୁ ଆଗକୁ ଯାଇ ଭିଡ଼ରେ ଥିବା ଅନ୍ୟ ଲୋକମାନଙ୍କୁ ଅଭିବାଦନ କରିବା ଜାରି ରଖିଥିଲେ। ଭିଡିଓଟି ସେୟାର କରିବା ସମୟରେ ଶର୍ମା ଛୋଟ ଏକ କ୍ୟାପ୍ସନ୍ ଲେଖିଥିଲେ ଭେରି କ୍ଲିୟର୍‌ ପ୍ରାୟୋରିଟିଜ୍‌। ଏହି ଘଟଣା ଶୀଘ୍ର ଅନଲାଇନ୍‌ରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଏତେ ସହଜରେ ଆଇଫୋନ୍‌ ମାଗିବା ପାଇଁ ବ୍ୟକ୍ତିଜଣଙ୍କ ସାହସ ଦେଖି ଅନେକ ଦର୍ଶକ ମଜାଦାର ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର୍ ଶର୍ମାଙ୍କ ଉଦାରତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟ ଜଣେ ପ୍ରଶ୍ନ କରିଥିଲେ ଯେ, ବ୍ୟକ୍ତିଜଣଙ୍କୁ ପ୍ରକୃତରେ ସେହି ପ୍ରତିଶ୍ରୁତ ଆଇଫୋନ୍‌ ମିଳିଲା କି ନାହିଁ।

Tags: