ସିଇସିଙ୍କ ୨ ନିଷ୍ପତ୍ତିକୁ ବିରୋଧ କରି ଚିଠି ଲେଖିଲେ ମମତା

ସିଇସିଙ୍କ ୨ ନିଷ୍ପତ୍ତିକୁ ବିରୋଧ କରି ଚିଠି ଲେଖିଲେ ମମତା
Samaya Live Desk Picture
Published On

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ପାଖକୁ ଏକ ଚିଠି ଲେଖି ନିର୍ବାଚନ କମିସନ୍‌ଙ୍କ ୨ଟି ନିଷ୍ପତ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଘରୋଇ ହାଉସିଂ କ‌ମ୍ପ୍ଲେକ୍ସରେ ପୋଲିଂ ବୁଥ୍‌ ସ୍ଥାପନ ଏବଂ ଘରୋଇ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ କରିବା ସଂକ୍ରାନ୍ତରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ମମତା ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ୧୦୦୦ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତ କରିବା ସଂକ୍ରାନ୍ତ ପ୍ରସ୍ତାବ ଯେଉଁ ସମୟରେ କରାଯାଇଛି ତାକୁ ନେଇ ସନ୍ଦେହ ପ୍ରକଟ ହୋଇଛି। ସେହିପରି ଘରୋଇ ହାଉସିଂ କମ୍ପ୍ଲେକ୍ସ ଗୁଡ଼ିକରେ ‌ଭୋଟଦାନ କେନ୍ଦ୍ର ସ୍ଥାପନ ସଂକ୍ରାନ୍ତ କମିସନଙ୍କ ନିଷ୍ପତ୍ତିକୁ ମମତା ବିରୋଧ କରିଛନ୍ତି। ଉକ୍ତ ପ୍ରସଙ୍ଗକୁ ଅତି ଗୁରୁତର ସହ ପରୀକ୍ଷା କରିବାପାଇଁ ମମତା ନିର୍ବାଚନ କମିସନ୍‌ଙ୍କୁ ଅନୁରୋଧ କରିଛନ୍ତି।