‘ତୁଗଲକି କମିସନ’ କହି ଇସି ଉପରେ ବର୍ଷିଲେ ମମତା
By: Samaya Live Desk
କୋଲକାତା: ନିର୍ବାଚନ କିମସନ (ଇସି)ଙ୍କୁ କଡ଼ା ସମାଲୋଚନା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନିର୍ବାଚନ କମିସନକୁ ‘ତୁଗଲକି କମିସନ’ କହିଛନ୍ତି। ଏହା ଏକ ରାଜନୈତିକ ଦଳ ଦ୍ବାର ଚାଲିଛି ବୋଲି ମମତା ଅଭିଯୋଗ କରିବା ସହ ରାଜ୍ୟରେ ଭୋଟର ତାଲିକାରେ ଜାଲିଆତି ହୋଇଥିବା କହିଛନ୍ତି। ବିଜେପି ଆଇଟି ସେଲ୍ରେ ଜଣେ ମହିଳା କାର୍ଯ୍ୟକର୍ତ୍ତା ଏଆଇ ବ୍ୟବହାର କରି ୫୮ ଲକ୍ଷ ଭୋଟରଙ୍କ ନାଁ ହଟାଇ ଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ରାଜ୍ୟ ସଚିବାଳୟ ବାହାରେ ମମତା ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କହିଛନ୍ତି, ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରୁଛନ୍ତି , ଭୋଟରଙ୍କୁ ଟାର୍ଗେଟ୍ କରୁଛନ୍ତି ଏବଂ ଗଣତନ୍ତ୍ରର ଅବମାନନା କରୁଛନ୍ତି। ଭୋଟରଙ୍କ ନାଁ କଟାଯିବା ସଂକ୍ରାନ୍ତରେ ଟିପ୍ପଣୀ ରଖି ମମତା କହିଛନ୍ତି, ବିଜେପିର ନିର୍ଦ୍ଦେଶକ୍ରମେ ଇସି ଏସ୍ଆଇଆର ପ୍ରକ୍ରିୟାରେ ପଶ୍ଚିମବଙ୍ଗ ଭୋଟରଙ୍କ ନାଁ କାଟୁଛି।
ସମ୍ବନ୍ଧିତ ଖବର ମାର୍ଚ୍ଚ ୭ ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Tags:



