୩ ଦିନିଆ ଶୋକ ପାଳିବ ମହାରାଷ୍ଟ୍ର
ନୂଆଦିଲ୍ଲୀ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆଜି ସକାଳେ ଦୁଃଖଦ ବିୟୋଗ ହୋଇଛି । ରାଜ୍ୟର ଏହି ଅପୂରଣୀୟ କ୍ଷତି ପାଇଁ ମହାରାଷ୍ଟ୍ର ସରକାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ରାଜ୍ୟ ଏବଂ ଏହାର ଲୋକଙ୍କ ପ୍ରତି ପାୱାରଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।
ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସେ ଲେଖିଛନ୍ତି , ମୋ ଦମଦାର ଏବଂ ଦିଲଦାର ସାଙ୍ଗ ଚାଲିଗଲା । ଅଜିତଙ୍କ ଚାଲିଯିବା ମୋ ପାଇଁ ବ୍ୟକ୍ତିଗତ କ୍ଷତି । ଏହା ମହାରାଷ୍ଟ୍ର ପାଇଁ ମୁସ୍କିଲର ସମୟ । ଅଜିତଙ୍କ ଯିବାରେ ପାୱାର ପରିବାରକୁ ବଡ଼ ଝଟକା ଲାଗିଛି । ମହାରାଷ୍ଟ୍ର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ସେ ସଂଘର୍ଷ କରୁଥିବା ନେତା ଥିଲା । ତାଙ୍କ ନିଧନରେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରାଯାଇଛି ।
ଏକନାଥ ସିନ୍ଦେ ମଧ୍ୟ ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆଜିର ଦିନ ମହାରାଷ୍ଟ୍ର ପାଇଁ କଳା ଦିନ । ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏହି ଘଟଣା ସମସ୍ତଙ୍କୁ କଷ୍ଟ ଦେଇଛି । ଅଜିତ ଦାଦାଙ୍କ ପରିବାର ପାଇଁ ଦୁଃଖଦ ସମୟ । ସେ ଜଣେ ସ୍ପଷ୍ଟ ବକ୍ତା ଥିଲେ ।
ଅଜିତ ପାୱାରଙ୍କ ମୃତ୍ୟୁ ଖବର ଶୁଣି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ନେତା ମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି ଏହା ଏକ ଅପୂରଣୀୟ କ୍ଷତି, ମହାରାଷ୍ଟ୍ର ପାଇଁ ଏହା ଏକ କଳା ଦିନ।



