ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ
Samaya Live News Picture
Published On

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୀତି ପାଇଁ ଦୁଃଖଦ ଘଟଣା I ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ଆଜି ସକାଳ ସକାଳ ୮.୪୫ ରେ ମହାରାଷ୍ଟ୍ରର ବାରାମତିରେ ଏହି ଦୁର୍ଘଟଣା ଘଟିଛି । ଅଜିତଙ୍କ ସହବିମାନରେ ଥିବା ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଅଜିତ ପାୱାର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ବାରାମତି ଯାଉଥିବା ବେଳେ ବିମାନଟି ବାରାମତିରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ।

ମିଳିଥିବା ସୂଚନା ଅନୁଯାୟୀ,  ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା। ଏହି ସଭାକୁ ସମ୍ବୋଧନ କରିବା ପାଇଁ ଆଜି ସକାଳେ ଅଜିତ ପାୱାରଙ୍କ ସହ ଅନ୍ୟ ୬ ଜଣ ତାଙ୍କ ନିଜସ୍ୱ ଚପ୍ପରରେ ମୁମ୍ବାଇରୁ ବାରାମତୀ ଯାଇଥିଲେ।କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା। 

ଏହା ଯୋଗୁଁ ପାଇଲଟ୍ ନିୟନ୍ତ୍ରଣ ହରାଇ ରନୱେ ରେ ପିଟି ହୋଇ ଯାଇଥିଲା। ବିମାନରେ ଅଜିତ ପାୱାରଙ୍କ ୨ ଜଣ କ୍ରିଉ ସଦସ୍ୟ ଓ ୨ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୬ ଜଣ  ଥିଲେ। ଏହି ଦୁଃଖଦ ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Tags: