ନୂଆ ସିଡିଏସ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନଙ୍କୁ ଦେଶର ନୂଆ ସିଡିଏସ୍ ଭାବେ ଚୟନ କରିଛନ୍ତି କେନ୍ଦ୍ର ସରକାର । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସେ ଦାୟିତ୍ୱ ସମ୍ଭାଳିବେ । ସିଡିଏସ୍ ସହିତ ସେ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ୨୦୨୧ ଡିସେମ୍ବରରେ ଜେନେରାଲ୍ ବିପିନ ରାୱାନ୍ତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲିଥିଲେ । ଦୀର୍ଘ ୯ ମାସ ପାରେ ନୂଆ ସିଡିଏସ୍ ନିଯୁକ୍ତି ମିଳିଛି । […]
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନଙ୍କୁ ଦେଶର ନୂଆ ସିଡିଏସ୍ ଭାବେ ଚୟନ କରିଛନ୍ତି କେନ୍ଦ୍ର ସରକାର । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସେ ଦାୟିତ୍ୱ ସମ୍ଭାଳିବେ । ସିଡିଏସ୍ ସହିତ ସେ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ୨୦୨୧ ଡିସେମ୍ବରରେ ଜେନେରାଲ୍ ବିପିନ ରାୱାନ୍ତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲିଥିଲେ । ଦୀର୍ଘ ୯ ମାସ ପାରେ ନୂଆ ସିଡିଏସ୍ ନିଯୁକ୍ତି ମିଳିଛି । ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ ମାସରେ ଅବସର ଗ୍ରହଣ କରିଥିଲେ ।
ଅନୀଲ ଚୌହାନ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଭାବେ କାର୍ଯ୍ୟ କରୁଥିଲେ । ସେ ୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିଲା । ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ । ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ଲେଫେଫନାଣ୍ଟ ଜେନେରାଲ୍ ଅନୀଲ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ଜେନେରାଲ୍ ଅନୀଲ ଚୌହାନ ଭାବେ ପରିଚିତ ହେବେ ।




