ପିଛା ଛାଡୁନି ମହଙ୍ଗା ମାଡ: ଏଲପିଜି ଦର ପାର କଲା ୧୦୦୦ ଟଙ୍କା

ନୂଆଦିଲ୍ଲୀ: ମଇ ୦୭: ଦେଶରେ କମୁନି ମହଙ୍ଗା ମାଡ । ପ୍ରଥମେ ଖାଇବା ତେଲ ପରେ ପେଟ୍ରୋଲ, ଡିଜେଲ୍‌ ଆଉ ଏବେ କନ୍ଦାଉଛି ଏଲପିଜି ଗ୍ୟାସ୍‌ । ଏପରି ଦିନକୁଦିନ ବଢୁଛି ସବୁ ଅତ୍ୟାବଶ୍ୟକୀୟ ଜିନିଷର ଦର । ଯାହାକୁ ନେଇ ଚିନ୍ତାରେ ସାଧାରଣ ଜନତା । ଏସବୁ ଭିତରେ ପୁଣି ସିଲିଣ୍ଡର ଦାମ୍ ବଢ଼ିଛି। ୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ସିଲିଣ୍ଡର ପିଛା ଦର […]

Samaya Live Picture
Published On

ନୂଆଦିଲ୍ଲୀ: ମଇ ୦୭: ଦେଶରେ କମୁନି ମହଙ୍ଗା ମାଡ । ପ୍ରଥମେ ଖାଇବା ତେଲ ପରେ ପେଟ୍ରୋଲ, ଡିଜେଲ୍‌ ଆଉ ଏବେ କନ୍ଦାଉଛି ଏଲପିଜି ଗ୍ୟାସ୍‌ । ଏପରି ଦିନକୁଦିନ ବଢୁଛି ସବୁ ଅତ୍ୟାବଶ୍ୟକୀୟ ଜିନିଷର ଦର । ଯାହାକୁ ନେଇ ଚିନ୍ତାରେ ସାଧାରଣ ଜନତା । ଏସବୁ ଭିତରେ ପୁଣି ସିଲିଣ୍ଡର ଦାମ୍ ବଢ଼ିଛି। ୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ସିଲିଣ୍ଡର ପିଛା ଦର ୧୦୦୦ ଟଙ୍କା ପାର୍ କରିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ଏହାର ଦାମ୍ ୯୯୯ ଟଙ୍କା ୫୦ ରହିଛି। ସେହିପରି ଏଲପିଜି ଦର ଏବେ ଓଡ଼ିଶାରେ ସିଲିଣ୍ଡର ପିଛା ୧,୦୨୬ ଟଙ୍କାକୁ ବୃଦ୍ଧି ପାଇଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଏଣିକି ଗ୍ରାହକ ୧୪.୨ କିଲୋ ସିଲିଣ୍ଡର ୧,୦୨୬ ଟଙ୍କା ଦେଇ କିଣିବେ।ସୂଚନାଥାଉ କି, ଗତ ମାର୍ଚ୍ଚ ୨୨ରେ ଏଲ୍ପିଜି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି ପାଇଥିଲା। ଗତ ବର୍ଷକ ମଧ୍ୟରେ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଖାପାଖି ୨୦୦ ଟଙ୍କା ବୃଦ୍ଧି ହୋଇସାରିଲାଣି।