ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସମାପ୍ତ ହେଲା ଲୋକସଭା ମୌସୁମୀ ଅଧିବେଶନ

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସମାପ୍ତ ହେଲା ଲୋକସଭା ମୌସୁମୀ ଅଧିବେଶନ
Samaya Live News Picture
Published On

ନୂଆଦିଲ୍ଲୀ : ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ସମାପ୍ତ ହେଲା ଲୋକସଭା ମୌସୁମୀ ଅଧିବେଶନ । ଆଜି ଅଧିବେଶନର ଅନ୍ତିମ ଦିନ ଥିବାବେଳେ ଅଧିବେଶନ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ବନ୍ଦେ ମାତରମ ଗାନ ପରେ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ ବିର୍ଲା । ସଂସଦ ଆରମ୍ଭରୁ ପେପର ଲିକ କୁ ନେଇ  ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି କରି ଗୃରେହ ଚଳାଇ ଦେଇନଥିଲେ ବିରୋଧୀ ସାଂସଦ । 

ଅଧିବେଶନର ଅନ୍ତିମ ଦିନରେ ବାଚସ୍ପତି ଓମ୍ ବିର୍ଲା ଗୃହର ସୁଚାରୁ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ ଓ ନାରାବାଜି ଜାରି ରହିଥିଲା। ଫଳରେ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ଶେଷରେ ଆଜି ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ ପରେ ବାଚସ୍ପତି ଅଧିବେଶନକୁ ସମାପ୍ତ ଘୋଷଣା କରିଥିଲେ ବାଚସ୍ପତି   ।

ଚଳିତ ଅଧିବେଶନରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୀବ୍ର ମତଭେଦ ଦେଖାଦେଇଥିଲା। ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଏକାଧିକ ଥର ଲୋକସଭାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଶେଷକରି ପେପର ଲିକ୍‌ ପ୍ରସଙ୍ଗକୁ ନେଇ ଅଧିବେଶନ ସମୟରେ ଗୃହ ରାଜନୈତିକ ଭାବେ ସରଗରମ ରହିଥିଲା।ହଟ୍ଟଗୋଳ ଓ ମତଭେଦ ସତ୍ତ୍ୱେ ସରକାର ପକ୍ଷରୁ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରାଯାଇଥିଲା। 

Tags: