ଗାଈ ବଦଳାଇଲା ଭାଗ୍ୟ

କାମଧେନୁ ଗାଈ ବିଷୟରେ ତ ଆପଣ ଜାଣିଥିବେ । ଏହି ଗାଈର ଏପରି ଦୈବୀ ଶକ୍ତି ଥିଲା ଯେ ସେ ସମସ୍ତଙ୍କ ଇଚ୍ଛା ପୂରଣ କରି ପାରୁଥିଲା । ରାଜସ୍ଥାନର ଜାଲୋର ଜିଲ୍ଲା ରାଣୀୱାଡା ଅଞ୍ଚଳର ଧାନୋଲ ଗ୍ରାମରେ ଏବେ ଏପରି ଏକ ଗାଈ ନଜର ଆସିଛି ଯାହା କାମଧେନୁୁ ପରି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି । ଏହି ଗାଈ ଏବେ କୋଟି ମୂଲ୍ୟର ବଙ୍ଗଳାରେ ରହୁଥିବା ବେଳେ ଦେଶୀ ଘିଅରେ ପ୍ରସ୍ତୁତ ଲଡୁ […]

Samaya Live Picture
Published On

କାମଧେନୁ ଗାଈ ବିଷୟରେ ତ ଆପଣ ଜାଣିଥିବେ । ଏହି ଗାଈର ଏପରି ଦୈବୀ ଶକ୍ତି ଥିଲା ଯେ ସେ ସମସ୍ତଙ୍କ ଇଚ୍ଛା ପୂରଣ କରି ପାରୁଥିଲା । ରାଜସ୍ଥାନର ଜାଲୋର ଜିଲ୍ଲା ରାଣୀୱାଡା ଅଞ୍ଚଳର ଧାନୋଲ ଗ୍ରାମରେ ଏବେ ଏପରି ଏକ ଗାଈ ନଜର ଆସିଛି ଯାହା କାମଧେନୁୁ ପରି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି । ଏହି ଗାଈ ଏବେ କୋଟି ମୂଲ୍ୟର ବଙ୍ଗଳାରେ ରହୁଥିବା ବେଳେ ଦେଶୀ ଘିଅରେ ପ୍ରସ୍ତୁତ ଲଡୁ ଖାଉଛି । ୪ ଜଣ ଲୋକ ୨୪ ଘଣ୍ଟା ଏହାର ସେବାରେ ନିଯୁକ୍ତ ହୋଇଛନ୍ତି । ସାମାନ୍ୟ ବି ଅସୁସ୍ଥତା ଅନୁଭବ କଲେ ଡାକ୍ତର ଟିମ୍‌ ଲାଗି ପଡୁଛନ୍ତି । ଏହି କାହାଣୀ ହେଉଛି ବିଜନେସ୍‌ମ୍ୟାନ୍‌ ନରେନ୍ଦ୍‌୍ର ପୁରୋହିତଙ୍କ ଘରେ ରହୁଥିବା ଗାଈ ରାଧାର ।

ନରେନ୍ଦ୍ର ୨୦୧୫ରେ ରାଧାକୁ ଘରକୁ ଆଣିଥିଲେ । ବ୍ୟାଣ୍ଡ ବାଜା ବାରାତ୍‌ ନେଇ ସେ ଗୋଶାଳାରୁ ରାଧାକୁ ବେଶ୍‌ ଧୁମଧାମ୍‌ରେ ଘରକୁ ଆଣିଥିଲେ । ସେତେବେଳେ ରାଧାର ବୟସ ମାତ୍ର ୨ ବର୍ଷ ଥିଲା । ଗାଈ ଘରକୁ ଆସିବା ପରେ ନରେନ୍ଦ୍ରଙ୍କର ବ୍ୟବସାୟ ବଢିଥିଲା । ଘରେ ସୁଖ ଶାନ୍ତି ବି ବଢିବାରେ ଲାଗିଲା । ଏହାପରେ ରାଧା ସମସ୍ତଙ୍କ ନୟନତାରା ପାଲଟିଗଲା । ନରେନ୍ଦ୍ର ତା ଲାଗି ୧ କୋଟିର ଏକ ବଙ୍ଗଳା ତିଆରି କରିଦେଲେ ଓ ସେଠାରେ ଏକ ସିସିଟିଭି ବି ଲଗାଇ ଦେଲେ । ରାଧାକୁ ଅନ୍ୟ ଗାଈ ମାନଙ୍କ ପରି ଖୁଣ୍ଟରେ ବନ୍ଧାଯାଏ ନାହିଁ । ସେ ଦିନମାନ ବଙ୍ଗଳା ସାରା ଆନନ୍ଦରେ ଘୁରି ବୁଲେ । ରାଧା ଏକ ବାଛୁରୀ ମଧ୍ୟ ଜନ୍ମ ଦେଇ ସାରିଛି ଯାହାର ନାମ ମୀରା ରଖାଯାଇଛି ।