ଚୀନ୍‌ରେ ବର୍ଷା ବିତ୍ପାତ, ବନ୍ୟା ଓ ଭୂସ୍ଖଳନରେ ୨୧ ଜଣଙ୍କ ମୃତ୍ୟୁୃ

ଚୀନ୍‌ରେ ବର୍ଷା ବିତ୍ପାତ, ବନ୍ୟା ଓ ଭୂସ୍ଖଳନରେ ୨୧ ଜଣଙ୍କ ମୃତ୍ୟୁୃ
Samaya Live Desk Picture
Published On

ବେଜିଂ: ଚୀନ୍‌ର ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ଏଥିଯୋଗୁ ବନ୍ୟା ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସରକାରୀ ସୂଚନା ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତି କମ୍‌ରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ଅନେକ ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷାରେ ଦକ୍ଷିଣ ଚୀନ୍‌ର ଗୁଆଙ୍ଗସି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ନଦୀଗୁଡ଼ିକର ଜଳସ୍ତର ବିପଦ ସୀମା ଅତିକ୍ରମ କରିବା ସହ ଅନେକ ସ୍ଥାନରେ ବନ୍ଧ ଓ ଜଳଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି। ସହର ଓ ଗ୍ରାମାଞ୍ଚଳର ଅନେକ ରାସ୍ତା ପାଣିରେ ବୁଡ଼ିଯାଇଥିବା ବେଳେ ଘରବାଡ଼ି, ଦୋକାନ ଓ ଚାଷଜମିରେ ପାଣି ପଶିଯାଇଛି। ଅନେକ ସ୍ଥାନରେ ଯାତାୟାତ ଓ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ଉତ୍ତର-ପଶ୍ଚିମ ଚୀନ୍‌ର ଗାନସୁ ପ୍ରଦେଶରେ ଭୂସ୍ଖଳନ ଯୋଗୁ ଅନେକ ଘର ପୋତି ହୋଇଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଥିବାବେଳେ ଅନେକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଭାରୀ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଅଧିକ ଥିବାରୁ ସ୍ଥାନୀୟ ପ୍ରଶାସନ ସତର୍କତା ଜାରି କରିଛି।

Tags: