ଲଖିମପୁର ଖେରି ହିଂସା: ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ
ଉତ୍ତର ପ୍ରଦେଶ : ନଭେମ୍ବର ୧୬: ଲଖିମପୁର ଖେରି ହିଂସାକାଣ୍ଡରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ନେଇ ଅଭିଯୋଗ ହୋଇଥିଲା । ଏନେଇ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଲଖିମପୁର ଖେରିର ଜିଲ୍ଲା କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛି । ତାଙ୍କ ସହ ଗିରଫ ଅନ୍ୟ ୨ଜଣ ଅଭିଯୁକ୍ତ ଆଶିଷ ପାଣ୍ଡେ ଏବଂ ଲବକୁଶ ରାଣାଙ୍କ ଜାମିନ ମଧ୍ୟ […]
ଉତ୍ତର ପ୍ରଦେଶ : ନଭେମ୍ବର ୧୬: ଲଖିମପୁର ଖେରି ହିଂସାକାଣ୍ଡରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ନେଇ ଅଭିଯୋଗ ହୋଇଥିଲା । ଏନେଇ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଲଖିମପୁର ଖେରିର ଜିଲ୍ଲା କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛି । ତାଙ୍କ ସହ ଗିରଫ ଅନ୍ୟ ୨ଜଣ ଅଭିଯୁକ୍ତ ଆଶିଷ ପାଣ୍ଡେ ଏବଂ ଲବକୁଶ ରାଣାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି ।
ଘଟଣାର ଏବେ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କୁ ଜାମିନ ଦେବା ଅସମ୍ଭବ ବୋଲି ବିଚାରପତି କହିଛନ୍ତି । ଏହାପୂର୍ବରୁ ଆଶିଷଙ୍କ ଜାମିନ ଲଖିମପୁର ଖେରିର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ତା ରାମ ନାମଞ୍ଜୁର କରିଥିଲେ ।
ଅକେଫାବାର ୩ରେ ଏହି ହିଂସାକାଣ୍ଡ ଘଟିବା ପରେ ଅକେଫାବର ୯ରେ ଆଶିଷ ମିଶ୍ରା ୟୁପି ପୁଲିସର ନୋଟିସ ପଠାଇଥିଲା । ଚିଠି ପାଇବା ପରେ କ୍ରାଇମ ବ୍ରାଞ୍ଚ ଅଫିସରେ ହାଜର ହୋଇଥିଲେ ଆଶିଷ । ଏହା ପରେ ତାଙ୍କୁ ୧୨ଘଣ୍ଟା କାଳ ଜେରା କରାଯାଇଥିଲା । ପୋଲିସ ପ୍ରଶ୍ନର ଉତ୍ତର ସେ ସଠିକ୍ ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା ।
ସୂଚନା ଥାଉଯେ, ଅକ୍ଟୋବର ୩ରେ ହୋଇଥିବା ଏହି ହିଂସା ଘଟଣାରେ ୧୨ ଜଣଙ୍କର ମୃତୁ୍ୟ ହୋଇଥିଲା । ସେମାନଙ୍କ ମଧ୍ୟରେ ୪ ଜଣ ଚାଷୀ ସମେତ ୪ ବିଜେପି ସମର୍ଥକ ଏବଂ ଜଣେ ସାମ୍ବାଦିକଙ୍କ ରହିଥିଲେ । ଏଥିରେ ଚାଷୀ ସଙ୍ଗଠନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଅଭିଯୁକ୍ତ ବୋଲି କହିଥିଲେ ।




