ଇସ୍ତଫା ଦେଲେ ଲଦାଖ ଉପରାଜ୍ୟପାଳ

ଇସ୍ତଫା ଦେଲେ ଲଦାଖ ଉପରାଜ୍ୟପାଳ
Samaya Live Desk Picture
Published On

ନୂଆଦିଲ୍ଲୀ:  ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗୁପ୍ତା ଗତବର୍ଷ ଜୁଲାଇ ୧୮ ତାରିଖରେ ଲଦାଖ ଉପରାଜ୍ୟପାଳ ଭାବେ ଶପଥ ନେଇଥିଲେ ଏବଂ ମାତ୍ର ୯ ମାସ ସେ ଏହି ପଦରେ ରହିବାପରେ ଇସ୍ତଫା ଦେଇଛନ୍ତି। ଗୁପ୍ତା ଲଦାଖର ତୃତୀୟ ଉପରାଜ୍ୟପାଳ ଥିଲେ। ବ୍ରିଗେଡିୟର ବିଡି ମିଶ୍ରାଙ୍କ ସ୍ଥାନରେ ସେ ଏହି ଦାୟିତ୍ବ ନେଇଥିଲେ। ବ୍ରିଗେଡିୟର ମିଶ୍ରାଙ୍କ ପୂର୍ବରୁ ଆର୍‌କେ ମାଥୁର ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ। ୬୬ ବର୍ଷୀୟ ଗୁପ୍ତା ୧୩ ବର୍ଷ ବୟସରେ ଆରଏସଏସ୍‌ରେ ଯୋଗ ଦେଇଥିଲେ। ଇମର୍ଜେନ୍ସି ସମୟରେ ସେ ୧୩ ମାସ ଜେଲ୍‌ରେ ରହିଛନ୍ତି। ୧୯୭୮ରୁ ୧୯୭୯ ପର୍ଯ୍ୟନ୍ତ ସେ ବିଶ୍ବ ହିନ୍ଦୁ ପରିଷଦ ପଞ୍ଜାବ ଶାଖା ସମ୍ପାଦକ ଥିଲେ।। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ଭାରତୀୟ ଯୁବ ମୋର୍ଚ୍ଚା ଜମ୍ମୁ କାଶ୍ମୀର ଶାଖାର ମୁଖ୍ୟ ଥିଲେ। ୨୦୦୫ରୁ ୨୦୧୦ ପର୍ଯ୍ୟନ୍ତ ଲଗାତାର ୩ ଥର ସେ ଜମ୍ମୁର ମେୟର ନିର୍ବାଚିତ ହୋଇଛନ୍ତି।  

Tags: