ରାଷ୍ଟ୍ରମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଏଲ. ମୁରୁଗାନ

ରାଷ୍ଟ୍ରମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଏଲ. ମୁରୁଗାନ
Samaya Live News Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା । ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିବା ନେଇ ୧୩ ଅକ୍ଟୋବର ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏହି ମର୍ମରେ ଏକ ଚିଠି ଲେଖି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ମୁରୁଗାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ,ସେ ତୃଣମୂଳ ସ୍ତରକୁ ଫେରିବାକୁ ଚାହାନ୍ତି। ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପି (BJP) ସଂଗଠନକୁ ସମ୍ପୂର୍ଣ୍ଣ ଭାବେ ମଜଭୁତ କରିବା ପାଇଁ ସେ ପୂର୍ଣ୍ଣକାଳୀନ କାର୍ଯ୍ୟ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ମୁରୁଗାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଭାରତ ମାତା ଓ ତାମିଲନାଡ଼ୁର ସେବା କରିବା ମୋ ଜୀବନର ସବୁଠୁ ମୂଲ୍ୟବାନ ମୁହୂର୍ତ୍ତ । ଜଣେ ଦିନ ମଜୁରିଆ ପୁଅକୁ ପ୍ରଧାନମନ୍ତ୍ରୀ ମୋଦିଜୀ କେନ୍ଦ୍ରମନ୍ତ୍ରୀ କରାଇବା ବୋଧୁହୁଏ ମୋର ପରମ ସୌଭାଗ୍ୟ ।’ ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମ୍ପୂର୍ଣ୍ଣ ସମୟ ଏବେ ତାମିଲନାଡ଼ୁ ବିଜେପିକୁ ସଶକ୍ତ କରିବାରେ ଦେବେ । ଶ୍ରୀ ମୁରୁଗାନ ୨୦୨୧ରେ ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୨୪ରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ଏଲ. ମୁରୁଗାନଙ୍କ ଏହି ହଠାତ୍ ଇସ୍ତଫା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ  ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

 

Tags: